ଅଷ୍ଟଦୁର୍ଗ ସାହିତ୍ୟ ପରିକ୍ରମା ଗ୍ରନ୍ଥ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ ଓ ବିଧାୟକ ।

0 332

କୋଦଳା,୨୧/୦୭(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି କଲ୍ୟାଣ ମଣ୍ଡପ ପରିସର ରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଅଷ୍ଟଦୁର୍ଗ ସାହିତ୍ୟ ପରିକ୍ରମା ଗ୍ରନ୍ଥ ଲୋକାର୍ପଣ ଓ ପ୍ରତିଭା ସମ୍ବର୍ଦ୍ଧନା ସମ୍ମାନ ପ୍ରଦାନ ଉତ୍ସବ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନା ତଥା ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ମନୋଜ କୁମାର ପାଣ୍ଡିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ନଗର ବିଧାୟକ ପ୍ରତାପ ନାୟକ, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୋଦଳା ଏନ୍ଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି କବି ପ୍ରଶାନ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ବିଦ୍ୟୁତ ପ୍ରଭା ସାହୁ, ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠି, ଡଃ ଗୌରାଙ୍ଗ ରାଉତ ପ୍ରମୁଖ ମଞ୍ଚାସିନ ରହି ସାହିତ୍ୟ ଓ ପ୍ରତିଭା ସମ୍ବର୍ଦ୍ଧନା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଅଷ୍ଟଦୁର୍ଗ ପୁସ୍ତକ ଉନ୍ମୋଚନ କରି ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ!ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହ ମଞ୍ଚାସୀନ ସମସ୍ତ ଅତିଥିଙ୍କୁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯିବା ସହ ଦୁଇ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ପଣ୍ଡା,ରାମ ମୋହନ ପଣ୍ଡା,ଅଭୟ ସାହୁ, ନୀଳକଣ୍ଠ ଦାଶ, ଗୌତମବୁଦ୍ଧ ମହାପାତ୍ର, ପବିତ୍ର ରାଉତ, ଜଗବନ୍ଧୁ ସାହୁ, ଗୌରହରି ପୋଲାଈ, ଦେବେନ୍ଦ୍ର ମହାରଣା,ପ୍ରସନ୍ନ କୁମାର ନାୟକ,ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ୬୦୦ ରୁ ଅଧିକ ସାହିତ୍ୟ ଅନୁରାଗୀ,ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସହିତ କୋଦଳା ପୁରୁଣା ବଜାର ଠାରେ ଗଣେଶ ଯୁବକ ସଙ୍ଘ ଦ୍ୱାରା ପ୍ରତିଷ୍ଠିତ “ସର୍ବସାଧାରଣ ପାଠାଗାର “କୁ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.