ଅଶୋକ ପରିଡା ୨ୟ ଥର ପାଇଁ ବିଜେପି ଜିଲ୍ଲା ସଭାପତି ।

0 85

ମାଲକାନଗିରି,୨୭/୦୧(ପିପିଟି) :ଅଶୋକ ପରିଡା ବିଜେପି ସଭାପତି ଭାବେ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ। ତାଙ୍କ ସମୟେ ବିଜେପି ର ସଙ୍ଗଠନ ସୁଦୃଢ ହୋଇ ଥିଲା। ଫଳରେ ଦୁଇ ଥର ବିଜେପିରୁ ଟିକେଟ ଆଦିତ୍ୟ ମାଢି ବିଧାୟକ ଭାବେ ଲଢି ପରାସ୍ତ ହୋଇ ଥିଲା ବେଳେ ଅଶୋକ ପରିଡାଙ୍କ ସୁଦୃଢ ସଂଗଠନ ହେବା ଫଳରେ ୨୦୧୯ରେ ବିଜେପିରୁ ଆଦିତ୍ୟ ମାଢି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୟ ହୋଇ ଥିଲେ । ତାଙ୍କ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ୧୩ ଟା ଆସନରୁ ୧୦ଟା ଆସନରେ ବିଜୟ ଲାଭ କରିଥିଲା । ସେହି ପରି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୁନଶ୍ଚ ୨୦୨୪ ରେ ମଧ୍ୟ ଏହି ଆସନରୁ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀଙ୍କୁ ନୂତନ ଓ ଯୁବ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇଥିଲେ।ଲଗାତର ଭାବେ ଏହି ଆସନରୁ ୨ ଥର ବିଜେପି ବିଧାୟକ ବିଜୟୀ ହେବା ପଛରେ ସୁଦୃଢ ସଙ୍ଗଠନ କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବେ ଶ୍ରେୟ ଯିବ । ବର୍ତ୍ତମାନ ମାଲକାନଗିରି ଜିଲ୍ଲା ପାଇଁ ୨ୟ ଥର ପାଇଁ ଅଶୋକ ପରିଡାଙ୍କୁ ବିଜେପି ଜିଲ୍ଲା ସଭାପତି ଭାବେ ଚୟନ କରାଯାଇଥିବାରୁ ବିଜେପି ସଂଗଠନ ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.