ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ କ୍ରୀଡା ପ୍ରତିଯୋଗିତା ।

0 189

ମାଲକାନଗିରି, ୨୫/୦୨(ପିପିଟି):ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ-୨୦୨୬ ଉପଲକ୍ଷେ ମାଲ୍ୟବନ୍ତ ହୋଷ୍ଟେଲ ପରିସରରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଠାରେ ଜିଲ୍ଲାସ୍ତରୀୟ ସଂଗୀତ, ଝୋଟି, କବାଡି, ଖୋ-ଖୋ ଏବଂ ଦୌଡ଼ି ଟଣା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକଳ୍ପ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥି ମଧ୍ୟରୁ ବ୍ଲକ୍ ସ୍ତରରେ ପ୍ରତ୍ୟେକ ଖେଳରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଖେଳାଳି ମାନେ ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଖେଳରେ ଶାରୀରିକ ଖେଳ ଶିକ୍ଷକ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ରମାକାନ୍ତ ମାଝୀ, କୁମାରୀ ଖଞ୍ଜନା ଠାକୁର ପରିଚାଳନା କରିଥିଲେ । ଉକ୍ତ ବିଜୟୀମାନଙ୍କୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସରେ ସମ୍ମାନିତ କରାଯିବ । ଏହାର ତାଲିକା ରାଜ୍ୟକୁ ପ୍ରଦାନ କରାଯିବ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରୀ ନାୟକଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମମତା ଚୌଧରୀ, ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ଓ ଜିଲ୍ଲା ଅଫିସର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ନାରୀ ସଶକ୍ତି କରଣ କେନ୍ଦ୍ରର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ଟି. ଜୟଲକ୍ଷ୍ମୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.