ଅମାନିଆ କାହ୍ନୁ ବଇଁଶୀ
ଯେତେ ମନାକଲେ
କଥା ନ ମାନଇ
ରାଧା ରାଧା ନାମ ହୁଏ ଘୋଷି…!!
ଶିବ ଦେଇ ଥିଲେ ମୋହନ ବଇଁଶୀ
ଛଅ,ନଅ,ବାର ରନ୍ଧ୍ର….
ଯହାକୁ ଡାକିବ ବଇଁଶୀ ସ୍ବରରେ
ପାଖକୁ ଆସିବା ବାଧ୍ୟ…..
ଏମିତି ବଇଁଶୀ ତ୍ରିଭୁବନେ ନାହିଁ
ଜିଣି ପାରେ ମନ ହୃଦ…!!
ଧେନୁ ବତ୍ସା ଧରି ବନ ବନ ବୁଲେ
ବନମାଳି ତା’ର ନାଆଁ…..
ଯେତେ ଦୂରରେ ଗଲେ ଅଝଟ ଗୋବତ୍ସା
ମୂରଲୀ ଡାକଇ ଆ….
ସେ ସୁରରେ କେଉଁ ଯାଦୁ ରହିଅଛ
ସଭିଏଁ ହୁଅନ୍ତି ବାୟା….!!
ଗୋପ ଗଉଡୁଣୀ ଯେତେକ ଅଛନ୍ତି
ମୂରଲୀ ସ୍ବନରେ ବାଇ….
ମାନ ଅଭିମାନ ରାଗ ଋଷା ଭୁଲି
ନାଚନ୍ତି କାହ୍ନାକୁ ନେଇ….
ରାଧାକୁ କରିଛି ସମ୍ମୋହନ ମନ୍ତ୍ର
ପ୍ରେମରେ ପାଗଳୀ ସେହି….!!
କହଇ କେଶବ ଏ ମୂରଲୀ ସ୍ବନ
ଶୁଣି ପାପ ଯିବ ଛାଡି…
ବୃନ୍ଦାବନେ ଯାଇ ଭେଟିବି କୃଷ୍ଣଙ୍କୁ
ତୃଷ୍ଣା ମୋ ଯାଉଛି ବଢ଼ି….
ହୋଇ ଥିଲେ ରାଧା ହୋଇଥିଲେ ଗୋପୀ
ଦିଅନ୍ତି ପ୍ରୀତି ଅଜାଡ଼ି….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭