ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ।

0 183

ମାଲକାନଗିରି, ୩୦/୦୭(ପିପିଟି) :ମାଲକାନଗିରି ଜିଲ୍ଲା ର ୧୧୬୬ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ର ୪୬୦୭୭ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରେ ବିଦ୍ୟାଳୟ ରେ “ଆସ ସ୍କୁଲ ଯିବା” ଅଭିଯାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକାମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା, ମା ପାଇଁ ଗଛ ଟିଏ ୨.୦, କିଶୋରୀ ଛାତ୍ରୀମାନଙ୍କ ପାଇଁ ଇନ୍‌ସିନେରେଟର ଓ ଭେଣ୍ଡିଂ ମେସିନ୍ ର ବ୍ୟବସ୍ଥା ଓ ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା, ସ୍ବଚ୍ଛତା ପକ୍ଷ ପାଳନ – ୨୦୨୫,ସୁରଭି -୨୦୨୫,ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ,ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନରେ ପିତାମାତାଙ୍କ ଭୂମିକା, ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ଅଭିଭାବକ ଓ ଶିକ୍ଷକମାନଙ୍କର ଭୂମିକା,ଅଭିଭାବକମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ବିଷୟ ରେ ଆଲୋଚନା କରା ଯାଇଥିଲା।
“ଆସ ସ୍କୁଲ୍ ଯିବା” ଅଭିଯାନ ର ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ଆଦୌ ବିଦ୍ୟାଳୟ ଯାଇ ନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା, ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲାମାନଙ୍କର ପାଠପଢ଼ାକୁ ବିଦ୍ୟାଳୟରେ ଜାରି ରଖିବା ଓ ପୁନର୍ବାର ପାଠପଢ଼ା ନ ଛାଡ଼ିବା ପାଇଁ ଆବଶ୍ୟକ ପ୍ରତିକାରାତ୍ମକ ପଦକ୍ଷେପ ନେବା, ପିଲାମାନଙ୍କ ମଧ୍ୟରେ ଶିକ୍ଷଣ ଫଳାଫଳର ସ୍ତରକୁ ଅଭିବୃଦ୍ଧି କରିବା ଓ ଶିକ୍ଷଣ ବ୍ୟବଧାନକୁ ହ୍ରାସ କରିବା। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ମାର୍ଗଦର୍ଶନ ଏବଂ ଜିଲ୍ଲା ଅନୁସୂଚିତ ଜାତି ଏବଂ ଜନଜାତି ସଂଯୋଜକ,ଶେଷ ଶଙ୍କର ମହାଳିକ ଙ୍କ ତତ୍ତ୍ଵାବଧାନରେ ଏହି ବୈଠକ ସମସ୍ତ ସ୍କୁଲ ରେ ସୁଚାରୁ ରୁପେ ସମ୍ପାଦିତ ହୋଇଯାଇଅଛି। ପିରାମଲ ଫାଉଣ୍ଡେସନ ର ପ୍ରତିନିଧି ମାନେ ଏହି ପ୍ରକ୍ରିୟା ରେ ଅଂଶଗ୍ରହଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.