ଭଞ୍ଜନଗର, ୧୫/୧୨(ପିପିଟି ):ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳିଞ୍ଜି ସଭାଗୃହ ଠାରେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଭୁ ପ୍ରାର୍ଥନl ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚରେ ଉପସଭାପତି ପର୍ଶୁରାମ ସ୍ୱାଇଁ, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, ଅମର ବିଳାସ ବେହେରା, ପଦ୍ମନାଭ ପ୍ରଧାନ, ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ଅନୁପମ ବାନାର୍ଜୀ ମଞ୍ଚାସୀନ ହୋଇ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବିଭିନ୍ନ ଅସୁବିଧା ଓ ସମସ୍ୟା ଉପରେ ଆଲୋଚନା କରିଥିଲେl ବିଶେଷ କରି ସରକାର ଅଷ୍ଟମ ବେତନ କମିଶନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପ୍ରତି ପେନସନ ଉପରେ ଟାଳଟୁଳ ନୀତି ସହ ମହଙ୍ଗା ଭତ୍ତା ନ ଦେବା ପାଇଁ ଏକ ଷଡଯନ୍ତ୍ର ଚଳାଇ ଥିବା ବିଷୟ ଉପରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଅବସର ପରେ ପରିବାର ଉପରେ ଆର୍ଥିକ ବୋଝ ପଡୁଥିବା ଏବଂ ପରିଣତ ବୟସରେ ଔଷଧ ଖର୍ଚ୍ଚ, ମାନସିକ ଚାପ, ଆର୍ଥିକ ଅନାଟନ ଦେଇ ଚଳୁଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ବୋଝ ଉପରେ ନଳିତା ବିଡା ଏକ ଭୟlନକ ପରିସ୍ଥିତି ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଦେବରାଜ ଷଡ଼ଙ୍ଗୀ, ଉପେନ୍ଦ୍ର ନାଥ ଦାସ, ପ୍ରଭାକର ସ୍ୱାଇଁ, ବସନ୍ତ କୁମାର ପାତ୍ର, ବିପ୍ର ଚରଣ ଗୌଡ଼, ରମେଶ ଚନ୍ଦ୍ର ଗୌଡ଼, ଜୟଦେବ ତାରିଣୀ, ଉମା ଚରଣ ପଟ୍ଟନାୟକ, ଶେଷ ଦେବ ପଣ୍ଡା, ଶିଶିର କାନ୍ତ ମିଶ୍ର ଆଲୋଚନାରେ ଭାଗ ନେଇ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରିଥିଲେ । ଶେଷରେ ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)