ଅବସରପ୍ରାପ୍ତ ଶିକ୍ଷକଙ୍କ ଦ୍ୱାଦଶାହ ସ୍ମୃତି ସଭା ।

0 280

ବେଲଗୁଣ୍ଠା, ୧୯/୦୪(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ଵର୍ଗତ ନବଘନ ଗୌଡ଼ଙ୍କ ଦ୍ୱାଦଶାହ ସ୍ମୃତି ସଭା ସ୍ଵର୍ଗତ ଗୌଡ଼ଙ୍କ କେଶରାପଲ୍ଲୀ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସଂଘ ସମ୍ପାଦକ ଅର୍ଜୁନ୍ ନାହାକ, ସହସମ୍ପାଦକ ଶିବ ଶଙ୍କର ସ୍ୱାଇଁ, ଜିଲ୍ଳା ସହ ସମ୍ପାଦକ ସୀମାଞ୍ଚଳ ସାହୁ,ଜିଲ୍ଳା ସଭ୍ୟ ସନ୍ତୋଷ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ଶିବରାମ ଗୌଡ଼,ଶିକ୍ଷୟିତ୍ରୀ ଅଳକା ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ ପ୍ରମୁଖ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଵର୍ଗତ ଗୌଡ଼ଙ୍କୁ ପରିବାର ସଦସ୍ୟ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭାକର ବିଷୋୟୀ, ବରୁଣ ବେହେରା, ପ୍ରଭାତ କୁମାର ମିଶ୍ର, ଗଣେଶ ଗୌଡ଼, ଦୀନବନ୍ଧୁ ଗୌଡ଼, ହରିବନ୍ଧୁ ବିଷୋୟୀ, ସୀମାଞ୍ଚଳ ମହାରଣା, ଯୁଧିଷ୍ଠିର ବାଡତ୍ଯା,ଭୋଜରାଜ ଦୋରା, ପ୍ରଦୀପ କୁମାର ସାହୁ, ପାଣ୍ଡବ ନାଇକ, ଜଗନ୍ନାଥ ଦାଶ,ନିରଞ୍ଜନ ପରିଡା, ମନୋରଞ୍ଜନ ପାଢୀ,ଲକ୍ଷ୍ମୀ ନାରାୟଣ ସାହୁ, ରୀତା ବେହେର, ଅନୀତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.