ଭଞ୍ଜନଗର,୩୦/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେ ଏସ ୟୁ ବି କଲେଜ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବାଷ ଚନ୍ଦ୍ର ପ୍ରଧାନ ଆଜି ଅପରାହ୍ନରେ ପରଲୋକ ଗମନ କରିଛନ୍ତି। ଏହି ଖବର ଭଞ୍ଜନଗରରେ ପହଁଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୁଚନା ଯୋଗ୍ୟ ଯେ ସ୍ୱର୍ଗତ ପ୍ରଧାନ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆଜକୁ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ୨୦୨୧ ମସିହା ଫେବୃଆରୀ ରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ସେ ଏହି କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ରହି ଅବସର ନେଇଥିଲେ । ଏହାପରେ ସେ ତାଙ୍କର ଭଞ୍ଜନଗର ସହରତଳି ଲଣ୍ଡେଇ ସାହି ବାସଭବନରେ ରହୁଥିଲେ।ସ୍ଥାନୀୟ ରଘୁବୀର ସାଂସ୍କୃତିକ ପରିଷଦର ଜଣେ ଦାୟିତ୍ୱବାନ କର୍ମକର୍ତ୍ତା ଭାବେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସୁଥିଲେ।ଆଜି ସକାଳେ ସ୍ୱର୍ଗତ ପ୍ରଧାନ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ନେଇ ଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଥିଲେ। ସେ ଜଣେ ମିଷ୍ଠଭାଷି, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା,ସହକର୍ମୀ ଓ କର୍ମଚାରୀମାନଙ୍କର ପ୍ରିୟ ଥିଲେ।ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଜନସାଧାରଣ ଓ ସହକର୍ମୀମାନେ ଘଭୀର ଶୋକ ପ୍ରକାଶ କରିଛନ୍ତି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)