ଅବକାରୀ ବିଭାଗର ଚଢଉ,ଗଞ୍ଜେଇ ସହ ଅଟୋ ଜବତ,୬ ଜଣଙ୍କୁ କୋର୍ଟ ଚାଲାଣ ।

0 211

ଦେଓଗାଁ,୧୬/୦୯: ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଳକ କୁଳୁତା ପଡ଼ା ପଞ୍ଚାୟତର ଖଇର ଗୁରା ଛକ ଠାରେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ଗଞ୍ଜେଇ ସହ ଅଟୋକୁ ଜବତ କରି ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇବା ପରେ ତୁଷୁରା ଅବକାରୀ ନିରୀକ୍ଷକ ଶ୍ରୀକାନ୍ତ ପାଣିଗ୍ରାହୀ ନିଜ ଟିମ ସହ ଖଇରଗୁରୁରା ଗୁରା ଛକରେ ଗାଡି ନମ୍ବର ଓଡ଼ି ୦୩ ୟୁ ୧୨୦୫ କୁ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗାଡ଼ି ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜନାବାକୁ ପାଇଥିଲେ। ଏନେଇ ଅବକାରୀ ଥାନାକୁ ଆଣି ଜବତ ଗଞ୍ଜେଇକୁ ଓଜନ କରିବା ପରେ ତାହା ୨୧ କେଜି ହୋଇଥିବା ଜଣାପଡିଥିଲା । ଗଞ୍ଜେଇ ଚୋରା ଚାଲାଣ କରି ଗିରଫ ହୋଇଥିବା ୩ ଜଣ ମହିଳା ଓ ୩ ଜଣ ପୁରୁଷ ହେଲେ ଉତ୍ତର ପ୍ରଦେଶ ରାଜ୍ୟର ବିନୋଦ କୁମାର (୩୧)ଶ୍ୟାମ ସିଂ (୫୨),ବନିତା ରଣା (୩୦),ରାମ କୁମାରୀ(୪୮),କୁଷ୍ମା ଦେବୀ (୫୮)କୁନା ସାହୁ( ୪୪) ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏନେଇ କେଶ ନମ୍ବର ୯୮ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ତୁଷୁରା ଅବକାରୀ ନିରୀକ୍ଷକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.