ଯାଜପୁର,୦୩/୧୧(ପିପିଟି):ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଏକ ଅର୍ଥ ଅର୍ଜନକାରୀ ବିଭାଗ। ଏହି ବିଭାଗ ତା ୦୧.୧୨.୧୯୯୯ ରିଖରେ ଗଠନ କରାଯାଇଥିଲା। ଏହି ବିଭାଗ ଦ୍ଵାରା ରାଜ୍ୟ ଅବକାରୀ ଆଇନ୍ କାର୍ଯ୍ୟକାରୀ ହୋଇଥାଏ। ତତ ସହିତ ବେଆଇନ୍ ନକଲି ମଦ ବିକ୍ରି,ସରକାରୀ ନିୟମରେ ମଦର ଉତ୍ପାଦନ,ମଦ ବଣ୍ଟନ ଆଦି କ୍ଷେତ୍ରକୁ ନିୟନ୍ତ୍ରଣ କରାଯାଇଥାଏ। ଦିନକୁ ଦିନ ଅବକାରୀ ବିଭାଗ କଳୁଷିତ ହେବାରେ ଲାଗିଛି। କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନେ ଟଙ୍କା ଲାଳସାରେ ବିଧି ବ୍ୟବସ୍ଥା ଭୁଲି ଲୁଟ୍ କରିବାକୁ ପଛାଉନାହାନ୍ତି।
ସୂଚନା ଥାଉ କି ବିଗତ ଆଠ ମାସ ହେବ ଯାଜପୁର ଜିଲ୍ଲାରେ ବ୍ୟାପକ ମାତ୍ରାରେ ବେସରକାରୀ ନିଶା କାରବାର ସହିତ ବ୍ରାଉନସୁଗର ଓ ଗଞ୍ଜେଇର କାରବାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।
ଯାହା ଫଳରେ ଯୁବ ପିଢ଼ି ପଥଭ୍ରଷ୍ଟ ହେବା ସହ ଚୋରି, ରାହାଜନୀ, ଡକାୟତି ଏବଂ ଗଣ୍ଡଗୋଳ ଆଦି ଅସାମାଜିକ କାର୍ଯ୍ୟ ଵୃଦ୍ଧି ପାଉଛି ବୋଲି ସମାଜସେବୀ ସବ୍ୟସାଚୀ ସାହୁ ଅଭିଯୋଗ କରିଛନ୍ତି।
ଶ୍ରୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ମାସ ତା ୩୦/୦୧/୨୦୧୫ ରିଖରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଚିଠି ନମ୍ବର୍ ୫୮୫ ରେ ଦିବ୍ୟ କିଶୋର ତଣ୍ଡେଇ ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲା ଅବକାରୀ ଅଧିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ପାଇବା ପରଠାରୁ ଧର୍ମକୁ ଆଖିଠାର ମାରି ମନ ଇଛା ବଦଳି କରିବା, ଠାବେ ଠାବେ କୋଚିଆ ସୃଷ୍ଟି କରି କର୍ମଚାରୀ ମାନଙ୍କୁ ଲଗାଇ ବଟି ଆଦାୟ କରିବା ଆଦି ବିଭିନ୍ନ ପ୍ରକାର ସଙ୍ଗିନ ଅଭିଯୋଗରେ ଛନ୍ଦି ହୋଇଛନ୍ତି। ଯଦ୍ୱାର ରାଜ୍ୟ ସରକାର ତଳ ସ୍ତରରେ ଘୋର ବଦନାମ ମୁଣ୍ଡାଉଛନ୍ତି। ତଥାପି ଦିନରେ ତାର ରାତିରେ ଖରା ଦେଖାଇ ବିଭାଗକୁ ଭୁଆଁ ବୁଲାଇ ରଖିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ତଣ୍ଡେଇ। ପ୍ରବଳ ବେଗରେ ରାଜସ୍ବ ହାନି ହେଉଥିବା ବେଳେ ଅଧିକ୍ଷକ କିନ୍ତୁ ବେଲଗାମ ହୋଇ ଲୁଟ୍ କରିବାରେ ମଜୁବୁର ଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସବୁକୁ ଦେଖିଲେ ମନେ ହୁଏ ସତେ ଯେମିତି ଜିଲ୍ଲାରେ ଅଣଆୟତ ହୋଇପଡିଛି ଅବକାରୀ ବ୍ୟବସ୍ଥା।
ଦ୍ରୁତ ଗତିରେ ବଡ଼ି ଚାଲିଥିବା ବେସରକାରୀ ମଦ କାରବାରକୁ ରୋକିବା ଏବଂ ଜିଲ୍ଲାର ଅବକାରୀ ବିଭାଗ ସରକାରଙ୍କ ଆୟତରେ ରହିବା,ଜିଲ୍ଲାରେ ଚୋରି,ଡକାୟତି, ରାହାଜନୀ ଆଦି ଅସାମାଜିକ କାର୍ଯ୍ୟକୁ ରୋକିବା,ସରକାରଙ୍କ ରାଜସ୍ବ ଵୃଦ୍ଧି ହେବା ଇତ୍ୟାଦି ପ୍ରସଙ୍ଗରେ ଯାଜପୁର ଜିଲ୍ଲା,ଧର୍ମଶାଳା ଅଞ୍ଚଳର ଜଣାଶୁଣା ସାମ୍ବାଦିକ ଓ ସମାଜସେବୀ ସବ୍ୟସାଚୀ ସାହୁ ତା ୦୩/୧୧/୨୫ ରିଖରେ ରାଜ୍ୟ ଅବକାରୀ ଆୟୁକ୍ତ ପି.ଅନେଷା ରେଡ୍ଡୀଙ୍କୁ ଭେଟ କରି ଉକ୍ତ ପ୍ରସଙ୍ଗ ସହ ଅନ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରି ଅଭିଯୋଗ ଜଣାଇଛନ୍ତି ଏବଂ ଶ୍ରୀମତୀ ରେଡ୍ଡୀ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀ ସାହୁ କହିଛନ୍ତି।