ରାଜସୁନାଖଳା,୧୧/୦୪(ପିପିଟି): ସବୁଠି ଜମିଲା ବିଶ୍ୱ ଛେନାପୋଡ଼ ଦିବସ। ଛେନା ପୋଡ଼ କଥା ଆସିଲେ ନିଶ୍ଚିତ ଭାବେ ପାଟିରୁ ଲାଳ ଗଡିଥାଏ। ଛେନା ପୋଡ଼କୁ ଦେଖିଲେ ମନ ହୁଏ ଖାଇବା ପାଇଁ।ଦେଶୀଗାଇ କ୍ଷୀର ଛେନା,ଚିନି ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରାଯାଇ ଥାଏ ସୁଆଦିଆ ଛେନା ପୋଡ଼। ସୁଆଦ ଏମିତି ଯିଏ ଥରେ ଚାଖିଛି, ସବୁବେଳେ ଖାଇବାକୁ ମନ କରିଛି ।
ଆଜି ଅପ୍ରେଲ ୧୧ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଜନ୍ମିତ ଛେନାପୋଡ଼କୁ ବିଶ୍ୱ ବଜାର ଦେବା ଲାଗି ଗତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱ ଛେନାପୋଡ଼ ଦିବସ ଆଜି ଖାଲି ନୟାଗଡ଼ ଜିଲ୍ଲାରେ ସୀମିତ ନାହିଁ ବରଂ ରାଜଧାନୀରେ ବେଶ୍ ଉଲ୍ଲାସର ସହ ପାଳନ କରାଯାଇଛିଏହି ଦିବସ । ଏଥି ସହ ଓଡ଼ିଶାର ଏହି ବହୁ ପରିଚିତ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍ ମାନ୍ୟତାର ଦାବି ଜୋର୍ ଧରିଛି।
ସେଇଥିପାଇଁ ତ ରାଜ୍ୟର ସବୁଠି, ସବୁ କୋଣରେ ଛେନାପୋଡ଼ ଆଇଟମ୍ ବିନା ମିଷ୍ଟାନ ଭଣ୍ଡାର କଥା ଚିନ୍ତା ବି କରାଯାଇ ପାରେନା । ଆଜି ସେଇ ଛେନାପୋଡ଼ର ଦିନ। ଏହି ଛେନାପୋଡ଼ର ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ଛେନାପୋଡ଼ର ଆସର। କିନ୍ତୁ ଗୋ ପ୍ରେମି ମାନଙ୍କ ମନରେ ପ୍ରଶ୍ନ ଉଠୁଛି ଆମ ଭାରତ ସଂସ୍କୃତି ଗୋମାତା, କିନ୍ତୁ ଯେଉଁ ମାଟିରେ ଗୋମାତାର ସୁରକ୍ଷା ନାହିଁ ଏ ବିଶ୍ୱ ଛେନା ପୋଡ଼ ଦିବସ କାହାପାଇଁ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।