ମାଲକାନଗିରି ,୨୭/୦୬(ପିପିଟି) :ବୁଧବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଷିଦ୍ଧ ନିସେତକ ନିଶା ଦର୍ବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳିତ ହୋଇ ଯାଇଛି ।ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ରାମମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶପଥ ପାଠ କରାଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ସଭାପତିତ୍ବ କରିଥିଲାବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅବକାରୀ ବିଭାଗର ନିରୀକ୍ଷକ ବିମ୍ବାଧର ପଣ୍ଡା ଓ ଉପନିରୀକ୍ଷକ ଟଙ୍କଧର ଭୋଇ ଏବଂ ଦେଢ଼ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମାଜ ସଚେତନତାର ସ୍ଲୋଗାନ ଦେଇ ଜନତାଙ୍କୁ ପ୍ରଭାବିତ କରିବାର ପ୍ରୟାସ କରିଥିଲେ। ଗତକାଲି ମଧ୍ୟ ଏହି ଉପଲକ୍ଷେ ଏକ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମାଲକାନାଗିରି ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇ କୃତୀ ପରିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)