ଅନ୍ତରପଡାରେ ବନାଗ୍ନି ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ।

0 197

ପୋଲସରା ,୨୪/୦୨(ପିପିଟି):ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ବାଲିପଦର ସେକ୍ସନ ପକ୍ଷରୁ ଫେବୃୟାରୀ ୨୪ ତାରିଖ ଦିନ ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ବନାଗ୍ନି ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ” ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ସଂଯୋଜନା ଓ ଏସଏମସି ସଭାନେତ୍ରୀ ରଞ୍ଜୁଳାତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ , ମୁଖ୍ୟବକ୍ତା ଭାବେ ତାଳସାକର ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ମିତ୍ର ଗୌରୀଶଙ୍କର ମିଶ୍ର, ସମ୍ନାନୀତ ଅତିଥି ଭାବେ ତାଳସାକର ୟୁ.ପି. ସ୍କୁଲ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଓ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ଏହି ସଭାରେ ରେଞ୍ଜ ଅଫିସର ଶ୍ରୀ ସାହୁ, ପ୍ରକୃତି ମିତ୍ର ଶ୍ରୀ ମିଶ୍ର, ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ଓ ଫରେଷ୍ଟର ଶ୍ରୀ ପଟ୍ଟନାୟକ ଶିକ୍ଷାର୍ଥୀମାନଙ୍କୁ ବନାଗ୍ନି କୁ କିପରି ପ୍ରତିରୋଧ କରାଯାଇପାରିବ ବୁଝାଇଥିଲେ। ଜଙ୍ଗଲରେ ଅଗ୍ନି ଲାଗିବା ଦ୍ୱାରା ବହୁ ମୂଲ୍ୟବାନ ବୃକ୍ଷ ସମେତ ବହୁ ଔଷଧୀୟ ବୃକ୍ଷ ଲତା ପୋଡି ନଷ୍ଟ ହେବା ସହ ପରିବେଶ ଉପରେ ଏହାର କୁପ୍ରଭାବ ବିଷୟରେ ବୁଝାଇଥିଲେ। ସହକାରୀ ଶିକ୍ଷୟିତ୍ରୀ ସ୍ୱାଗତିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ବନାଗ୍ନି ପ୍ରତିରୋଧ ପାଇଁ ପ୍ଲାକାର୍ଡ ଓ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ଏକ ରାଲି ବାହାରି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ଶିବରାମ ଆପଟ ଏବଂ ଶିକ୍ଷୟିତ୍ରୀ କଲ୍ୟାଣି ସେଠୀ ଓ ଲୋପାମୁଦ୍ରା ଲେଙ୍କା ଙ୍କ ସମେତ ବାଲିପଦର ସେକ୍ସନ ବନରକ୍ଷୀ ଓ ବନ ବିଭାଗ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.