ଅଧିକ କାଙ୍କଡ ଅମଳକ୍ଷମ ରାଜ୍ୟ ହିସାବରେ ଚତୁର୍ଥ ସ୍ଥାନ ଓଡିଶା।

0 148

ବୋଲଗଡ଼,୧୯/୧୦(ପିପିଟି):ପରିବା ମାନଙ୍କ ମଧ୍ୟରେ କାଙ୍କଡ ହେଉଛି ଅନ୍ୟତମ। ଏହି ପରିବାଟି ଦେଶୀ ପରିବା ଅଟେ।ଯାହା କି ବର୍ଷାଦିନେ ଏହି କାଙ୍କଡ ପରିବାଟି ଆମ ରାଜ୍ୟର ପ୍ରତ୍ୟେକ ପାହାଡିଆ ଜଙ୍ଗଲ ଅଞ୍ଚଳ ରେ ଫଳିଥାଏ । ଏହା ଲତା ଯାତିୟ ଗଛ ଅଟେ। ଏବେ ମଧ୍ୟ କେହି କେହି ଚାଷୀ ଏହାର ଚାଷ ମଧ୍ୟ କଲେଣି।ପ୍ରାୟତଃ କିଛି କିଛି ବ୍ୟକ୍ତିମାନେ ନିଜ ବାଡିରେ କାଙ୍କଡ ଗଛ ଲଗାଇଲେଣି। ଏହି ପରିବାଟି ଅଧିକ ଅମଳକ୍ଷମ ପରିବା କହିଲେ ଭୁଲ୍ ହେବନାହିଁ। ଏହି ପରିବାଟି ପୁରୀ ଶ୍ରୀମନ୍ଦିର କୁ ବହୁଳ ଭାବରେ ଯାଇଥାଏ। ଡାଲମା, ବେସରରେ ହିଁ ବ୍ୟବହୃତ ହୋଇଥାଏ। ବଜାର ମୂଲ୍ୟ ଏହାର ୧୦୦ଟଙ୍କା ରୁ ଅଧିକ ଥାଏ।ଭାରତରେ କାଙ୍କଡର ସର୍ବାଧିକ ଅମଳ କ୍ଷମ ରାଜ୍ୟ କହିଲେ କର୍ଣାଟକ,ୱେଷ୍ଟବେଙ୍ଗଲ,ମେଘାଳୟ,ଉତରପ୍ରଦେଶ,ଛତିଶଗଡ଼,ମହାରାଷ୍ଟ୍ର,ଝାଡଖଣ୍ଡ,ଓଡ଼ିଶା ଇତ୍ଯାଦି ରାଜ୍ୟରେ ଅଧିକ ଅମଳକ୍ଷମ ହୋଇଥିଲେ ମଧ୍ଯ ସୂଚନା ଅନୁସାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଅଛି।ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଗଂଜାମ,ଖୋର୍ଧା,କଳାହାଣ୍ଡି, ଫୁଲୁବାଣି, ଢେଙ୍କାନାଳ,କେନ୍ଦୁଝର,ବାରିପଦା ଇତ୍ଯାଦି ଜିଲ୍ଲା ଗୁଡ଼ିକରେ ଏହି ଦେଶୀ କାଙ୍କଡ ଅମଳକ୍ଷମ ଅଧିକ ହୋଇଥାଏ। କାଙ୍କଡ ଦୁଇ ପ୍ରକାର ହୋଇ ଥାଏ ପ୍ରଥମଟି ବଡ କାଙ୍କଡ ଯାହା ନିତ୍ୟ ବଜାରରେ ମିଳିଥାଏ। ଏବଂ ଦ୍ବିତୀୟଟି ଛୋଟ ଦେଶୀ କାଙ୍କଡ ଯାହା କି ବର୍ଷାଦିନେ ମିଳିଥାଏ। ଏହି ଦେଶୀ କାଙ୍କଡ ସମସ୍ତ ଙ୍କର ପ୍ରିୟ ହୋଇଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.