ବୋଲଗଡ଼,୨୦/୦୫(ପିପିଟି): ସାଧାରଣତଃ ଗ୍ରାମାଞ୍ଚଳ ମାନଙ୍କରେ ପୋଖରୀ ମାଛ ମାରିସାରିଲା ପରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ମାଛ ବଣ୍ଟନ କରାଯାଇଥାଏ। ମାଛ ବଣ୍ଟନ କଲାବେଳେ କାହା ଭାଗରୁ ଟିକିଏ କମ ହୋଇଯାଇଥାଏ ସେହି ବ୍ୟକ୍ତି ଜଣକ ବଡପାଟି କରି ଚିଲେଇକି କହିଥାଏ ଏହି ୫୦ଗ୍ରାମ କମି ଯାଇଛି ଆଉ ଗୋଟିଏ ମାଛ ପକାଅ। ଆଉ ଗୋଟିଏ ମାଛ ପକେଇଲା ପରେ ତା ମାଛ ଜଦି ଅଧିକ ହୋଇ ଯାଉଥିଲା ଅନ୍ୟ ମାନେ ମଧ୍ୟ ପାଟିକରି ଚିଲାଉ ଥାନ୍ତି। ତା ମାଛ କାହିଁକି ଅଧିକ ହେଲା। କିନ୍ତୁ ଏଠି କେହି କାହାକୁ ଛାଡିବାକୁ ରାଜିନୁହଁନ୍ତି। ଜଦି କାହାର କମ ବେଶି ହୋଇଯାଏ ଜଣେ ଜଣକ ଉପରେ ଗଣ୍ଡଗୋଳ କରିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି। ସମସ୍ତେ କୁହନ୍ତି ଗାଁ ପୋଖରୀ ଆମର ସମସ୍ତ ଙ୍କର ସମାନ ଅଧିକାର ଅଛି ମାନେ ମାଛ ରେ ଆମର ସମାନ ଅଧିକାର ଅଛି। କାହିଁକି କିଏ ଅଧିକ କିମ୍ବା କମ୍ ମାଛନେବ। ଏଭଳି ନିଜ ନିଜ ଭିତରେ ଥିବା ଅଧିକାର କୁ ଯାହିର କରିଥାନ୍ତି। ସେଥିପାଇଁ ନିଜ ନିଜ ର ଅଧିକାର କ୍ଷୁର୍ଣ୍ଣ ନହେବା ପାଇଁ ସମସ୍ତ ଙ୍କ ଭିତରେ ସମାନ ଭାବରେ ମାଛ ବଣ୍ଟନ କରାଯାଇଥାଏ। ପୋଖରୀ ରେ ଥିବା ସମସ୍ତ ଅଧିକାର ମଧ୍ୟ ରକ୍ଷା ହୋଇ ପାରିଥାଏ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସମୟ ହୋଇ ଥିବାରୁ ରାତ୍ରିକାଳୀନ ମାଳ ମାଳ ନେତା ମାନେ ଗ୍ରାମ ମାନଙ୍କୁ ଚୁପ ଚାପ୍ ରେ ଆସି ଲୋକ ମାନଙ୍କର ଘରେ ପଶି ତାଙ୍କୁ ଖଣ୍ଡେ ଖଣ୍ଡେ ଗାନ୍ଧୀମୁଣ୍ଡ ଦେଇ ତାଙ୍କର ସବୁଠାରୁ ମୂଲ୍ୟ ବାନ ଅଧିକାରକୁ ସଉଦା କରି ନେଇଥାନ୍ତି। ଗାଁ ପୋଖରୀ ଉପରେ ଅଧିକାର ଯାହିର କରି ୫୦ଗ୍ରାମ ମାଛ ଛାଡୁନଥିବା ଲୋକ ମାନେ ନିର୍ବାଚନ ଦିନ ତାଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଧିକାରକୁ ଅନାୟାସରେ ଅନ୍ୟ ହାତକୁ ଟେକି ଦେଇ ଭାରି ଖୁସି ହୋଇଥାନ୍ତି।
(ସୁଶାନ୍ତ କୁମାର ପ୍ରଧାନ।)