ଅଦିନିଆ ଲଗାଣ ବର୍ଷାରେ ଭିଜିଲା ପାଚିଲା ଧାନ, ଚିନ୍ତାରେ ଚାଷୀ ।

0 262

ପୋଲସରା ୨୧/୧୨(ପିପିଟି) : ଲଘୁଚାପ ପ୍ରଭାବରେ ସୃଷ୍ଟି ହୋଇଥିବା ଅଦିନିଆ ଲଗାଣ ବର୍ଷା ରେ ଚାଷୀଙ୍କ ମେରୁଦଣ୍ଡ କୁ ଦୋହଲାଇ ଦେଇଛି । ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଏହିଭଳି ଘଟଣା ଦେଖିବାକୁ ମିଳିଛି ପୋଲସରା ଅଂଚଳର ୨୬ ପଞ୍ଚାୟତ ରେ । ପୋଲସରା ବ୍ଲକ ଅଞ୍ଚଳ ର ପ୍ରାୟ ୯ ହଜାର ୩ସହ ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ |ପ୍ରମୁଖ ଜମି ରୁ ପ୍ରାୟ ୯୦ ପ୍ରତିଶତ ଚାଷୀ ଧାନ କାଟି ବିଲ ମଧ୍ୟରେ ଗଦାକରି ରଖିଛନ୍ତି ସତ କିନ୍ତୁ ଅଦିନିଆ ଲଗାଣ ବର୍ଷା ରେ ଭିଜି ନଷ୍ଟ ହେଉଛି ।ତାହାକୁନେଇ ଚାଷୀ ଚିନ୍ତା ରେ ପଡିଯାଇଛି |ଯେଉଁ ଚାଷୀ ଧାନ ଅମଳ ପରେ ମୁଗ, ବିରି, ବୁଟ, ଚଣା ଆଦି ବୁଣିଛନ୍ତି ତାହା ମଧ୍ୟ ନଷ୍ଟ ହେବା ଆଶଙ୍କା |ଚାଷୀ ବର୍ତମାନ ହାତରୁ ସମସ୍ତ ଅର୍ଥ ସାରି ଚିନ୍ତା ରେ ପଡିଯାଇଛି । ଲଗାଣ ଝିପି ଝିପି ବର୍ଷା ଚାଷୀଙ୍କ ସମସ୍ୟା କୁ ଦ୍ବିଗୁଣିତ କରିପକାଇଛି |ସରକାର ଚାଷୀଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ସହାୟତା ପ୍ରଦାନ କରନ୍ତେ ତା ହେ ଚାଷୀକୁଳ ଉପକୃତ ହୁଅନ୍ତେ ବୋଲି ଅଞ୍ଚଳର ଚାଷୀମାନେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.