ଅଣ ଗେଜେଟେଡ ବନସେବା ସଂଘର ନୂତନ କର୍ମକର୍ତ୍ତା ଚୟନ  ।

0 338

ଭଞ୍ଜନଗର, ୧୭/୧୨(ପିପିଟି) : ବନବିଭାଗର ଭଞ୍ଜନଗର ଲାଲ ସିଂ ନର୍ସରୀ ଠାରେ ଉତ୍ତର ଘୁମୁସର ବନଖଣ୍ଡର ଅଣ ଗେଜେଟେଡ ବନସେବା ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଏହି ନୂତନ କମିଟିରେ ମୁଖ୍ୟ ଉପଦେଷ୍ଟା ରୂପେ ବନପାଳ ଜୀବାନନ୍ଦ ତ୍ରିପାଠୀ,ଏସୋସିଏଟ ଆଡ଼ଭାଇଜର ଅଭିମନ୍ୟୁ ମିଲ୍ଲିକ ଓ ଚନ୍ଦ୍ର ଶେଖର ପାଣିଗ୍ରାହୀ,ସଭାପତି ରୂପେ ବନରକ୍ଷୀ ଅନୁପ କୁମାର ବିଷୋୟୀ,ଉପସଭାପତି ବନପାଳ ଶରତ କୁମାର ମାହାନ୍ତି, ସାଧାରଣ ସମ୍ପାଦକ ସୁଶାନ୍ତ ଶେଖର ମିଶ୍ର,ସହ ସମ୍ପାଦକ ଜିତେନ୍ଦ୍ର କୁମାର ସେଠି ଓ ମିତା ପୋଲେଇ,କୋଷାଧକ୍ଷ ବନପାଳ ଶୁଭସ୍ମିତା ପାତ୍ରଙ୍କୁ ଚୟନ କରାଯାଇଛି।ଏହାପରେ ନବ ନିଯୁକ୍ତ କର୍ମକର୍ତ୍ତା ମାନେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମାହାନ୍ତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ନୂତନ କର୍ମକର୍ତ୍ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା।ଆଗାମୀ ଦିନରେ କିପରି ସମସ୍ତ କର୍ମଚାରୀଙ୍କୁ ସଂଘ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ମିଳିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଡ଼ିଏଫଓ ପରାମର୍ଶ ଦେଇଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.