ଅଜଣା ଯୁବକଙ୍କ ଶବ ଧାନକ୍ଷେତରୁ ଉଦ୍ଧାର ।

0 345

ବେଲଗୁଣ୍ଠା, ୨୬/୧୧(ପିପିଟି) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ନିକଟସ୍ଥ ଏକ ଧାନ ବିଲରୁ ଜଣେ ଅଜଣା ଯୁବକଙ୍କ ଶବ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜି ମଙ୍ଗଳପୁର ନିକଟସ୍ଥ ଏକ ଧାନ ବିଲରେ ଜଣେ ଯୁବକଙ୍କ ଶବ ପଡ଼ିଥିବା ଲୋକେ ଦେଖିବା ପରେ ଖବର ଦ୍ରୁତ ଗତିରେ ପ୍ରଚାର ହୋଇଯାଇଥିଲା । ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ଯୁବକଟିର ବୟସ 30 ରୁ 35 ବର୍ଷ ହେବ ବୋଲି ପୋଲିସ୍ କହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ବେଲଗୁଣ୍ଠା ଥାନା ଅଧିକାରୀ ଯୁବକଟିର ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର କରିବା ସହିତ ଯୁବକଟିର ପରିଚୟ ମିଳିଲେ 9853487838 ମୋବାଇଲ୍ ନମ୍ବର୍ ରେ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.