ବାସୁଦେବପୁର,୨୪/୧୨: ଅଚିହ୍ନା ଖପୁରି ଉଦ୍ଧାର । ଏମିତି ଘଟଣା ବାସୁଦେବପୁର ଥାନା ଅଧୁନ ବରଣ୍ଡୁଆ ପଞ୍ଚାୟତର ଉତ୍କଳମଣୀ ସଂସ୍କୃତ ମହାବ୍ୟାଳୟ ନିକଟ କେନାଲରେ ବୋଲି ଜଣାପଡିଛି । କେନାଲ ମାଛ ମାରୁଥିବା କେତେଜଣ ସ୍ଥାନୀୟଲୋକଙ୍କ ଦ୍ୱାରା ଏହା ଠାବ ହେବା ହେବା ପରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଖପୁରି ସମେତ ବସ୍ତା ଭିତରେ ଅଣ୍ଟାତଳକୁ ଥିବା କେଇଖଣ୍ଡ ଅସ୍ଥିକୁ ଦେଖି ଭୟଭିତ ହୋଇଯାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସାଇଣ୍ଟିଫିକ ଟିମ ପହଞ୍ଚିଥିଲା । ଉଦ୍ଧାର ହୋଇଥିବା ଖପୁରି ଓ ଅସ୍ଥିକୁ ଏଫଏମଟି ବାଲେଶ୍ବରକୁ ଯାଞ୍ଚପାଇଁ ପଠାଇଯାଇଥିବା ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଜଣାଇଛନ୍ତି । ଥାନା ଅପମୃତ୍ୟୁ କେଶ ନଂ ୫୯/୨୪ମ୍ବର ବଳରେ ମାମଲା ରଜୁ ଘଟଣାର ତଦନ୍ତ ଜାରୀ ରହିଛି ବୋଲି ଥାନାଧିକାରିଣୀ ଜଣାଇଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ ।