ଅଙ୍ଗାରଗାଁ ରେ ତ୍ରିମୁର୍ତ୍ତୀ ବଣିକ ସଂଘ ପକ୍ଷରୁ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 264

କୋଦଳା,୦୨/୧୦(ପିପିଟି): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ରେ ତ୍ରିମୁର୍ତ୍ତୀ ବଣିକ ସଂଘ ପକ୍ଷରୁ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବଣିକ ସଂଘ ପକ୍ଷରୁ ଅଙ୍ଗାରଗାଁ ବଜାର ସଫେଇ କରାଯାଇଥିଲା । ଏଥିସହିତ ସମସ୍ତଙ୍କୁ ସ୍ଵଚ୍ଛ ଭାରତ ବିଷୟରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ପ୍ରସନ୍ନ କୁମାର ନାୟକ ଯୋଗ ଦେଇ ବଣିକ ସଂଘର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ଏବଂ ବଣିକ ସଂଘର ଏଭଳି କାର୍ଯ୍ୟକ୍ରମ ଏବଂ ଚିନ୍ତାଧାରା ପାଇଁ ଶ୍ରୀ ନାୟକ ସାଧୁବାଦ ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇଥିବା ବେଳେ ବଣିକ ସଂଘ ପକ୍ଷରୁ ଅଶୋକ କୁମାର ପ୍ରଧାନ, ସନ୍ତୋଷ କୁମାର ସ୍ଵାଇଁ, ବୁଡୁ ସାହୁ, ସନ୍ୟାସୀ ମେହେଣା, ମହେଶ୍ଵର ପାତ୍ର, ମିଥୁନ ସେଠି, ଟୁଲୁ ପାତ୍ର, ଭାଗୀରଥୀ ସାହୁ, ସନ୍ତୋଷ କୁମାର ସାହୁ ସମେତ ବଣିକ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.