କୋଦଳା,୦୭/୦୩(ପିପିଟି) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ କେ.ପ୍ରଶାନ୍ତ କୁମାର ପାତ୍ର ଏବଂ କେ. ପ୍ରଦୀପ କୁମାର ପାତ୍ରଙ୍କ ପୁରୁଣା ଘରୁ ତାଲା ଭାଙ୍ଗି ଚୋରୀ ଉଦ୍ୟମ ହୋଇଛି । କିନ୍ତୁ କୌଣସି ପରିସ୍ଥିତିରେ ଚୋର ସଫଳତା ପାଇପାରି ନାହିଁ । ସୂଚନା ଅନୁଯାଇ ଗତକାଲି ରାତିରେ କୌଣସି ଦୃବୁତ ମାନେ ପାତ୍ରଙ୍କ ବଡ଼ସାହି ନିକଟସ୍ଥ ପୁରୁଣା ଘରୁ ତାଲା ଭାଙ୍ଗି ଚୋରୀ କରିବା ପାଇଁ ଉଦ୍ୟମ କରିଛନ୍ତି । ଖବର ପାଇ ବେଗୁନିଆପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ଆସି ପହଁଚି ଅନୁସନ୍ଧାନ ଜାରି ରଖିଛି । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଗତ କିଛି ମାସ ହେଲାଣି ଏମିତି ବହୁ ଲୋକଙ୍କ ଘରୁ ଚୋରି ହୋଇଛି ଏବଂ ଚୋରି ଉଦ୍ୟମ ମଧ୍ୟ ହୋଇଛି । ଏହା ଉପରେ ବେଗୁନିଆପଡ଼ା ଥାନା ପୋଲିସ ପକ୍ଷରୁ କଡା ନଜର ଦେବାକୁ ସାଧାରଣ ରେ ଦାବୀ ହୋଇଛି । ପ୍ରଶାନ୍ତ କୁମାର ପାତ୍ର ଥାନାରେ ଲିଖିତ ଏତଲା ଦେଇଛନ୍ତି ବୋଲି ସୂଚନା ମିଳିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)