ବେଲଗୁଣ୍ଠା, ୧୧/୦୭(ପିପିଟି) : ରାଜ୍ୟରେ ଅଙ୍ଗନୱାଡି ଶିଶୁଙ୍କର ବୌଦ୍ଧିକ ଏବଂ ମାନସିକ ବିକାଶ ପାଇଁ ସରକାରଙ୍କ ତରଫରୁ ପୋଷଣଯୁକ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ଏକ ନମ୍ଵର୍ ୱାର୍ଡ଼ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କାଉନସିଲର୍ ଭାସ୍କର ପାତ୍ର ଖାଦ୍ୟର ମାନ ପରଖିବା ପାଇଁ ପିଲାଙ୍କ ସହ ବସି ଭୋଜନ କରିଛନ୍ତି । ଆଜି କାଉନସିଲର୍ ଶ୍ରୀ ପାତ୍ର ଅଚାନକ୍ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି ଶିଶୁ ମାନଙ୍କ ସହିତ ଗପସପ କରିବା ସହିତ ସେମାନଙ୍କ ସହିତ ବସି ଭାତ ଏବଂ ଅଣ୍ଡା ତରକାରୀ ଖାଇଥିଲେ । ଏହାସହ ଶିଶୁ ମାନଙ୍କ ସହିତ ପ୍ରତିଦିନର ଖାଦ୍ୟର ସ୍ୱାଦ ବିଷୟରେ ଆଲୋଚନା କରିଥିଲେ । ଖାଦ୍ୟର ମାନ ଠିକଠାକ ଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ ଅଙ୍ଗନୱାଡ଼ି କେନ୍ଦ୍ରର ସୁବିଧା ଅସୁବିଧା ସମ୍ପର୍କରେ ସେ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିଜସ୍ୱ ଘର ଖଣ୍ଡେ ନଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା