ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡ଼ି ।

0 280

ସିମୁଳିଆ,୦୩/୧୨:ଅଗ୍ନିକାଣ୍ଡ ଘଟି ୨ବଖରା ଘର ସମେତ ବିଭିନ୍ନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ଗୋବିନ୍ଦପୁର ବାଲିକଣା ଆଦିବାସୀ ସାହିର ଦିବାକର ସରେନଙ୍କ ପୁଅ ସମଲ ସରେନ ରୋଷେଇ କରୁଥିବା ସମୟରେ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ୨ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିସହିତ ଘରେ ଥିବା ଲୁଗାପଟା, ଆସବାବପତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ପୋଡି ଯାଇଥିଲା । ଗ୍ରାମବାସୀ ମାନେ ନିଆଁ ଲିଭାଇଥିଲେ । ଖବର ପାଇ ଅଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମଲ ଅତ୍ୟନ୍ତ ଗରିବ ଇ ଦିନ ମଜୁରିଆ ହୋଇଥିବାରୁ ଆବାସ ଯୋଜନାରେ ତାକୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଥିବା ଜଣାଯାଇଛି ।

Leave A Reply

Your email address will not be published.