ଅଗ୍ନିକାଣ୍ଡରେ ୯ପରିବାର ସର୍ବସ୍ୱାନ୍ତ ।

0 104

ଭଞ୍ଜନଗର, ୦୯/୦୪(ପିପିଟି ):ଭଞ୍ଜନଗରର ବ୍ଲକ ବାରୁଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଆଜି ଦିନ ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ୯ଟି ପରିବାର ସର୍ବସ୍ୱାନ୍ତ ଘଟିଛି।ଖବର ପାଇ ଭଞ୍ଜନଗର ଅଗ୍ନିଶମ କେନ୍ଦ୍ରର ଦୁଇଟି ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭଞ୍ଜନଗର ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ବାରୁଡା ସରପଞ୍ଚଙ୍କ ଉପସ୍ଥିତିରେ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ଚାଳ ଘର ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲେ।ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜଣା ପଡ଼ିନାହିଁ।ହେଲେ ଅଗ୍ନି ବିପନ୍ନଙ୍କ ବହୁ ଧନସମ୍ପତ୍ତି ପୋଡି ପାଉଁଶ ହୋଇଯାଥିବା ଜଣା ପଡ଼ିଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.