ଅଗଷ୍ଟ ୨୦୨୩ ଅଭିଯୋଗର ହିସାବ ଦେଲେ – ପାଣ୍ଡିଆନ ।

0 359

କୋଦଳା,୦୧/୦୫(ପିପିଟି):ବୁଧବାର ପୂର୍ବାହ୍ନରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡା ବ୍ଲକକୁ ଗସ୍ତ କରିଛନ୍ତି 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ।ବେଗୁନିଆପଡା ବ୍ଲକ ବୁରୁଝରୀ ପଞ୍ଚାୟତ ସ୍ଥିତ ବାଲିବଣ ଶନିମନ୍ଦିର ପଡିଆ ଠାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ତତ୍ତ୍ୱାବଧାନ ରେ ଆୟୋଜିତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ। ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆସି ଉକ୍ତ ସଭା ସ୍ଥଳରେ ପହଞ୍ଚିବା ପରେ ବିଧାୟିକା ଓ ବିଜେଡି ସାଂସଦ ପ୍ରାର୍ଥୀନୀ ରଂଜିତା ସାହୁ ପୁଷ୍ପ ଗୁଛ୍ଛ ଦେଇ ସ୍ବାଗତ କରିଥିଲେ।ଏହାପରେ ୫ଟି ଅଧ୍ୟକ୍ଷ ଜନସାଧାରଣଙ୍କ ନିକଟକୁ ଯାଇ କର ମର୍ଦ୍ଦନ କରିବା ସହ ସମସ୍ତଙ୍କ ସହିତ ସେଲ୍ଫି ନେଇଥିଲେ । ଏହି ସମୟରେ ଜନସାଧାରଣ ୫ଟି ସଚିବଙ୍କୁ ପୁଷ୍ପଗୁଛ୍ଛ ଦେବା ସହ ମହିଳା ମାନେ ହୁଳହୁଳି ଦେଇ ସ୍ବାଗତ କରିଥିଲେ। ଏହା ପରେ ୫ଟି ସଚିବ ସଭାସ୍ଥଳକୁ ଯାଇ ଗତ ୨୦୨୩ ଅଗଷ୍ଟ ମାସ ୨୫ ତାରିଖରେ ଏହି ସ୍ଥାନକୁ ଆସି ବ୍ଲକ ର ବିକାଶ ତଥା ଉନ୍ନୟନ କାର୍ଯ୍ୟ ପାଇଁ ଯେଉଁ ଯେଉଁ ଅଭିଯୋଗ ଅନୁରୋଧ ପତ୍ର ନେଇ ଥିଲେ ତାହା କାର୍ଯ୍ୟକାରୀର ହିସାବ ପ୍ରଦାନ କରିଥିଲେ । ପରୋକ୍ଷରେ କବିସୂର୍ଯ୍ୟନଗର ରେ ବିଜେପି କଣ କରିଛି ତାର ହିସାବ ମାଗିଥିଲେ । ଏଥି ସହ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଗାମୀ ନିର୍ବାଚନ ରେ ନବୀନ ବାବୁଙ୍କ ପ୍ରିୟ ନେତ୍ରୀ ଲତିକା ପ୍ରଧାନଙ୍କୁ ବିଧାୟିକା ଭାବେ ଏବଂ ଏହି ମାଟିର ଝିଅ ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ବ୍ୟବଧାନରେ ଜୟ ଯୁକ୍ତ କରି ନବୀନ ବାବୁଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଗଞ୍ଜାମ ଜିଲ୍ଲା ହେଉଛି ମିଶନ୍

ଶକ୍ତି ର ରୋଲ ମଡେଲ,ମହିଳା ମାନେ ସ୍ବାବଲମ୍ବି ହେବା ପାଇଁ ସରକାରଙ୍କ ଯୋଜନା ସଂପର୍କରେ ,ବିଜୁ ସ୍ବାସ୍ଥ୍ୟ ଯୋଜନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ବିଧାୟିକା ଓ ସାଂସଦ ପ୍ରାଥୀନି । ଏଥିରେ ମହିଳା, ଜନପ୍ରତିନିଧି,ଦଳୀୟ କର୍ମକର୍ତ୍ତା ସମେତ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ରହିଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.