ଅଗଷ୍ଟ ପହିଲାରୁ ପୋଷ୍ଟ ଅଫିସ ଅଚଳ ।

0 273

ମାଲକାନଗିରି,୦୮/୦୮(ପିପିଟି) :ଅଗଷ୍ଟ ପହିଲାରୁ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ପୋଷ୍ଟ ଅଫିସରେ ଲାଗିଥିବା କମ୍ପୁଟର ସଫ୍ଟୱେର ଅଚଳ ହୋଇ ପଡିଛି। ଫଳରେ କୌଣସି ସେଭିଂ ଏକାଉଣ୍ଟ୍ ଠାରୁ ଚିଠି ପତ୍ର ପ୍ରେରଣ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି। ଉପଭୋକ୍ତାମାନେ ଜିଲ୍ଲାରେ ଥିବା ସମସ୍ତ ପୋଷ୍ଟ ଅଫିସକୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ତଥା ସଫ୍ଟୱେର ବ୍ଳକ୍ ଡାଉନ୍ ଥିବା ଶୁଣି ପ୍ରତି ଦିନ ଆସି ପୁଣି ଫେରିଯିବା ଆଦି ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଆଠ ଦିନ ହେଲା ଏପରି ଅଚଳ ଅବସ୍ଥା ଜାରି ରହିଛି। ପୋଷ୍ଟଲ କର୍ମଚାରୀମାନେ ହାତରେ ହାତ ଛନ୍ଦି ମୂକ ପାଷାଣ ଭଳି ନିରବ ଦ୍ରଷ୍ଟା ସାଜି ବସିଛନ୍ତି। ଲୋକମାନେ ପୋଷ୍ଟ ଅଫିସ କୁ ଧାଇଁ ଧାଇଁ ନୈରାଶ୍ୟଜନକ ଭାବେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ। ବର୍ତ୍ତମାନ ରକ୍ଷା ବନ୍ଧନ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ହେତୁ ଦୂର ଦୂରାନ୍ତରେ ରହୁଥିବା ଭାଇମାନଙ୍କୁ ଭଉଣୀମାନେ ରାକ୍ଷୀ ପୋଷ୍ଟ ଅଫିସ ମାଧ୍ୟମରେ ପ୍ରତି ବର୍ଷ ପ୍ରେରଣ କରିଥାନ୍ତି। କିନ୍ତୁ ଦୀର୍ଘ ଆଠ ଦିନ ହେଲା ପୋଷ୍ଟ ଅଫିସରେ ସଫ୍ଟୱେର ଡାଉନ୍ ଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ପୋଷ୍ଟ ଅଫିସ ରହି ଆସୁଥିବା ବେଳେ ସମଗ୍ର ଭାରତବର୍ଷରେ ନୂତନ ସଫ୍ଟୱେର ଡାଉନ୍ ଲୋଡ୍ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା କୁହାଯାଇଛି। ଏଣୁ ସମସ୍ତ ସରକାରୀ ଓ ବେସରକାରୀ ଚିଠି ପତ୍ର ଆଦିନ ପ୍ରଦାନ, ପୋଷ୍ଟ ଅଫିସରେ
ଟଙ୍କା ନେଣ ଦେଣ ଆଦି କାର୍ଯ୍ୟ ବାଧାପ୍ରା ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.