ଅଖିଳ ଭାରତ ଯୁବ ସଙ୍ଘ ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ ଯୁବକ ମାନଙ୍କ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ।

0 435

ବ୍ରହ୍ମପୁର,୦୫/୦୬(ପିପିଟି); କରୋନା ମହାମାରୀ ଓ ଲକ ଡାଉନ ସମୟରେ ଅସୁବିଧା ରେ ଥିବା ଲୋକମାନଙ୍କୁ ବିଭିନ୍ନ ସ୍ବେଛାସେବୀ ସଙ୍ଘଠନ ମାନଙ୍କ ଦ୍ୱାରା ସାହାର୍ଯ୍ୟ ସହଯୋଗ ଜାରୀ ରହିଥିବା ବେଳେ,ଏହି ଧାରା ରେ ସାମିଲ ହୋଇଛନ୍ତି ଅଖିଳ ଭାରତ ଯୁବ ସଙ୍ଗ ଗଂଜାମ ଜିଲ୍ଲା ପରିଷଦ ଉତ୍ସାହି ଯୁବକ ମାନେ,ଏହି ଭିତ୍ତିରେ ଆଜି ବିଶେଷ କରି ଗ୍ରାମାଞ୍ଚଳରୁ ବ୍ରହ୍ମପୁର ସହରକୁ ଶ୍ରମ ଆଶାରେ ଆସି ଅସୁବିଧା ରେ ଖାଇବାକୁ ପାଉନଥିବା ନିର୍ମାଣଶ୍ରମିକ,ବାହାର ରାଜ୍ୟକୁ ଯିବା ଆସିବା ପାଇଁ ରେଳ ଷ୍ଟେସନରେ ଅପେକ୍ଷାରତ ପ୍ରବାସୀ ଶ୍ରମିକ, ବିଭିନ୍ନ ମେଡିକାଲକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ,ନୁଆଁ ବସଷ୍ଟାଣ୍ଡ,ପୁରୁଣା ବସଷ୍ଟାଣ୍ଡ ଓ ଫୁଟଫାଥର ଅସୁବିଧାରେ ଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ଓ ଆଗାମୀ ଦିନ ରେ କାର୍ଯ୍ୟକ୍ରମ ଜାରୀ ରଖି ମଧ୍ୟାହ୍ନ ଓ ରାତ୍ର ଭୋଜନ ଦେବା ପାଇଁ ଉଦ୍ୟମ ଚାଲିଛି । ଏଆଇୱାଇଏଫ୍ ଗଞ୍ଜାମ ଜିଲ୍ଲା ପରିଷଦର ସଂପାଦକ କାମଦେବ ନାହାକଙ୍କ ନେତୃତ୍ୱରେ ଆଜି କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ସମସ୍ତେ ସହଯୋଗର ସହ ଏହି ମହାମାରୀକୁ ମୁକାବିଲା କରିବାକୁ ଅନୁରୋଧ କରିଛନ୍ତି । ସଂଘ ତରଫରୁ ଅଜୟ କୁମାର ଗୌଡ଼, ମହେନ୍ଦ୍ର ପାତ୍ର, ଜି.ଦେବେନ୍ଦ୍ର ପାତ୍ର, କସ୍ତୁରୀ ମହାରଣା, କୃଷ୍ଣ ଚନ୍ଦ୍ର ମହାରଣା, ରୋହିତ ବିଶୋଇ ଓ ଲଛମାୟା ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନ ମାନଙ୍କ ରେ ଗ୍ରାମାଞ୍ଚଳ ଓ ସହରତଳି ଅଂଚଳ ମାନଙ୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀ ରହିବ ।

Leave A Reply

Your email address will not be published.