ବୋଲଗଡ,୨୬/୦୪(ପିପିଟି):ଅଖିଳ ଭାରତ ଯୁବସଂଘ,ଖୋର୍ଦ୍ଧା – ନୟାଗଡ଼ ଜିଲ୍ଲା ସମ୍ମିଳନୀ ଖୋର୍ଦ୍ଧା ମାଣିକଗୋଡାସ୍ଥିତ ପରିଛା ବଗିଚା ଠାରେ ଭୁବନ ଚାନ୍ଦ ହାତୀ ଙ୍କ ସଭାପତି ତ୍ବ ରେ ଓ ବିଜୟ ବେହେରାଙ୍କ ଆବାହକତ୍ୱରେ ଜିଲ୍ଲା ସ୍ତରୀୟ ଅଖିଳ ଭାରତ ଯୁବ ସମିଳନୀ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ଯୁବ ସମିଳନୀ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା – ନୟାଗଡ଼ ଜିଲ୍ଲା ସମ୍ପାଦକ ଆଡଭୋକେଟ ଅମିୟ ପଟ୍ଟନାୟକଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦେଶ ରାଜ୍ୟ ଜିଲ୍ଲାର ଯୁବ ଛାତ୍ର,ଶ୍ରମିକ ,ମହିଳା , ଶିଶୁ ମାନଙ୍କର ସମସ୍ୟା ଉପରେ ଆଲୋଚନା ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ କୌଣସି ସମସ୍ୟାର ସମାଧାନ ହେଉନାହିଁ।ଶାନ୍ତି,ପ୍ରଗତି ବୈଜ୍ଞାନିକ ଏବଂ ସମାଜବାଦକୁ ବିଶ୍ୱାସ କରୁଥିବା ଯୁବକମାନେ ସଂଗଠିତ ହୋଇ ସଂଗ୍ରାମ କଲେ ଦେଶ ଦୁନିଆରୁ ଅନ୍ୟାୟ ,ଭ୍ରଷ୍ଟାଚାର, ନାରୀ ନିର୍ଯାତନା,ଶିଶୁ ଅତ୍ୟାଚାର ଲୋପ ପାଇବ।ଅଖିଳ ଭାରତ ଯୁବ ସଂଗଠନ ର ଜାତୀୟ ଉପ ସଭାପତିମୁଖ୍ୟ ବକ୍ତା ଭାବେ ପ୍ରଦୀପ ସେଠୀ ସମ୍ମିଳନୀରେ ଯୋଗ ଦେଇ ଦେଶ ଓ ରାଜ୍ୟରେ ବଢ଼ି ଚାଲିଥିବା ସାମ୍ପ୍ରଦାୟିକତାବାଦ, କୁସଂସ୍କାର ବିରୁଦ୍ଧରେ ଲଢ଼ିବାକୁ ଯୁବପିଢ଼ି ମାନଂକୁ ଆହ୍ବାନ ଦେଇଥିଲେ. ଯୁବଶକ୍ତି ହେଉଛି ଦେଶର ପ୍ରଗତି ବୋଲି ସେ ମଧ୍ୟ କହିଥିଲେ.ଏହି କାର୍ଯ୍ୟକ୍ରମ ରେ ସଂମାନନୀୟ ଅତିଥି ଭାବେ ରାଜ୍ୟ ସମ୍ପାଦକ ସତ୍ୟ ରଞ୍ଜନ ମହାନ୍ତି ଯୋଗଦେଇ ଆସନ୍ତା ୭ତାରିଖ ଦିନ କୋରାପୁଟ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଓ ଜାତୀୟ ସମ୍ମିଳନୀ ରେ ଯୋଗ ଦେବାକୁ କହିଥିଲେ। ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ସମସ୍ତ ଯୁବଗୋଷ୍ଟିଦେଶ ଓ ରାଜ୍ୟ ର ଭବିଷ୍ୟତ ହୋଇଥିବାରୁ ଏବଂ ଯୁବଶକ୍ତି ଦେଶର ପ୍ରଗତିବୋଲି ସନମାନିତଅତିଥି ତଥା ବୋଲଗଡ ବ୍ଲକ ର ଉପାଧ୍ୟକ୍ଷ।ରମେଶ ଚନ୍ଦ୍ର ସାହୁମତ ପ୍ରକାଶ କରୁଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସଂଘର ପୂର୍ବତନ ନେତା ଦିବାକର ପରମଗୁରୁ,ମୂରଲୀଧର ଜେନା ମତ ପ୍ରକାଶ କରିଥିଲେ। ପାଞ୍ଚ ବର୍ଷ ପାଇଁ ନୂତନ କର୍ମ କର୍ତା ଭାବେ ।ଅଖିଳ ଭାରତ ଯୁବ ସଂଘ ଖୋର୍ଦ୍ଧା – ନୟାଗଡ଼ ଜିଲ୍ଲାରେ ଭୁବନ ଚାନ୍ଦ ହାତୀ ଙ୍କୁ ଆବାହକ ଏବଂ ବିଜୟ ବେହେରା,ଆକାଶ ଜେନାଙ୍କୁ ଯୁଗ୍ମ ଆବାହକ ସହିତ ୧୫ଜଣିଆ କମିଟି ଗଠନ କରାଗଲା। ପରିଶେଷରେ ବିଜୟ ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।