ଅଖିଳ ଭାରତ ଆଦିବାସୀ ମହାସଭାର ବାର୍ଷିକ ସମ୍ମିଳନୀ ।

0 190

ବୋଲଗଡ଼,୧୦/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ଆଦିବାସୀ ମହାସଂଘ ର ଆନୁକଲ୍ୟରେ ସଂଘ ର ସମ୍ପାଦକ ବିରଞ୍ଚି ମାଝୀଙ୍କ ସଭାପତିତ୍ୱ ରେ ୧୦ତମ ଅଖିଳ ଭାରତ ଆଦିବାସୀ ମହାସଭାର ବାର୍ଷିକ ସମ୍ମିଳନୀ ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ସ୍ଥିତ ଭାରତୀୟ କମ୍ୟୁନିଷ୍ଟପାର୍ଟି ସମ୍ମିଳନୀ କକ୍ଷରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇ ଅଛି । ଏହି ବାର୍ଷିକ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଦିବାସୀ ମହାସଂଘ ର ଉପଦେଷ୍ଟା କ୍ଷୀରୋଦ ସିଂଦେଓ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଆଦିବାସୀ ମହାସଭାର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ପାଇକରାୟ ଓ ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ସିପିଆଇ ସମ୍ପାଦକ ଆଇନଜୀବୀ ଅମୀୟ ପଟନାୟକ, ପୂର୍ବତନ ସରପଞ୍ଚ ବିଜୟ କୁମାର ଗୁମାନସିଂହ, ଶ୍ରମିକ ନେତା ସୁମନ୍ତ ଛୋଟରାୟ, ଉତ୍କଳ ମହିଳା ସମିତି ର ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ, ବ୍ଲକ ସଭାପତି ଲଛମନ ନାଏକ,ଉପସଭାପତି ଆଶିଷ ନାଏକଙ୍କ ସମେତ ହରିବନ୍ଧୁ ରଣସିଂହ, ଭକ୍ତ ବଲ୍ଲଭ ପଟନାୟକ, ବସନ୍ତ ସେଠୀ, ଫକୀର ନାଏକ, ସୁବାସିନୀ ନାଏକ, କନକ ଦେଇ, ଶ୍ୟାମାକାନ୍ତ ପଟନାୟକ, କେଳୁ ଦେହୁରୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀର ସାଧାରଣ ବୈଠକ ରେ ଆଦିବାସୀ ମହାସଙ୍ଘ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ଆଲୋଚନା କରାଯାଇଥିବା ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଶୀଘ୍ର ଧାନ ମଣ୍ଡି ଖୋଲାଯାଉ, ସମସ୍ତ ଚାଷୀ ମାନଙ୍କୁ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ପ୍ରଦାନ କରାଯାଉ, ବିଧବା ଓ ଵାର୍ଦ୍ଧକ୍ୟ ହିତାଧିକାରୀ ମାନଙ୍କୁ ସଠିକ ସମୟରେ ଭତ୍ତା ଅର୍ଥ ରାଶି ପ୍ରଦାନ କରାଯାଉ, ଭତ୍ତା ପାଇଁ ଆବେଦନ କରିଥିବା ୬୦ବର୍ଷ ରୁ ଉର୍ଦ୍ଧବ୍ୟକ୍ତି ଏବଂ ବରିଷ୍ଠ ବାର୍ଦ୍ଧକ୍ୟ ବୟସ ୮୦ବର୍ଷ ରୁ ଉର୍ଦ୍ଧ ଯୋଗ୍ୟ ଆବେଦନ କାରୀଙ୍କୁ ହିତାଧିକାରୀ ଭାବେ ପଞ୍ଜିକୃତ କରାଯାଇ ଭତ୍ତା ପ୍ରଦାନ କରାଯାଉ । ଆଦିବାସୀ ମାନଙ୍କ କ୍ଷେତ୍ରରେ ସଅର ପରିବର୍ତ୍ତେ ଶବର କରାଯାଇ ଜାତିଗତ ପ୍ରମାଣ ପତ୍ର ପ୍ରଦାନ,ଗ୍ରାମାଞ୍ଚଳ ର ସମସ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ଗୁଡିକୁ ମରାମତି କରାଯାଇ । ଯୋଗ୍ୟ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ ଯୋଗାଇ ଦିଆଯାଉ ଇତ୍ୟାଦି ରହିଛି । ଏହି ଦାବୀ ଗୁଡିକ ପୁରଣ ନହେଲେ ଆଗାମୀ ଦିନରେ ଆଦିବାସୀ ମହାସଂଘ ପକ୍ଷରୁ ବୋଲଗଡ଼ ବ୍ଲକ ଘେରାଉ କରାଯିବ ବୋଲି ବୈଠକରେ ରାଜ୍ୟ ସମ୍ପାଦକ ବିରଞ୍ଚି ମାଝୀ ଓ ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ପାଇକରାୟ ଚେତାବନୀ ଦେଇଥିଲେ । ପରିଶେଷରେ ବେଣୁଧର ଭୁଜବଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.