ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ବନ୍ଧୁ ମିଳନ।

0 332

କବିସୂର୍ଯ୍ଯ ନଗର,୨୬/୦୨(ପିପିଟି); ଅଖିଳ ଭାରତୀୟ ପୂର୍ବ ସୈନିକ ସେବାପରିଷଦ କବିସୂର୍ଯ୍ୟନଗର ତରଫରୁ ସମସ୍ତ ପରିବାର ସହିତ ବଣଭୋଜିର ଆୟୋଜନ କରାଯାଇଥିଲା ।ବଣଭୋଜି ସଙ୍ଗେ ସଙ୍ଗେ ସଂଘର ଅନେକ ବିଷୟ ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା ଏବଂ ସମସ୍ତଙ୍କୁ କରୋନା ମହାମାରୀରୁ ନିଜକୁ ରକ୍ଷା କରିବାପାଇଁ କୁହାଯାଇଥିଲା । ଏହାପରେ ସମସ୍ତଙ୍କ ପାଇଁ ପ୍ରୀତି ଭୋଜନ ବ୍ଯବସ୍ଥା କରାଯାଇଥିଲା । ଏଥିରେ ବିଗ୍ରେଡିୟର ଅଭିମନ୍ୟୁ ରାଉତ,ସଂଘ ସଭାପତି କଂଗ୍ରେସ ପ୍ରଧାନ, ଉପସଭାପତି ବିପିନି ବିହାରି ଦାସ,ସମ୍ପାଦକ ସଦାନନ୍ଦ ମାଝୀ, କ୍ୟାସିୟର କିଶୋରଚନ୍ଦ୍ର ନାୟକ ଯୋଗଦାନ କରିଥିଲେ ଏବଂ ଏଥିରେ ବ୍ରହ୍ମପୁରର ଭାରତୀୟ ସେବାନିୟୋଗ ସଂଘର ସମ୍ପାଦକ ଗଗନ ବିହାରି ଦାସ ଯୋଗଦେଇଥିଲେ ଏବଂ ଏହି କବିସୂର୍ଯ୍ୟନଗର ଏବଂ ଆସିକା ଅଞ୍ଚଳର ସମସ୍ତ ସେବା ନିବୃତ କର୍ମଚାରୀ ଏବଂ ସମସ୍ତ ପରିବାର ଯୋଗଦେଇ ସୂଚାରୁ ରୂପେ କାର୍ଯ୍ୟକର୍ମ ପରିଚାଳନା କରିଥିଲେ ।

Leave A Reply

Your email address will not be published.