ଅକ୍ଷୟ ତୃତୀୟାରେ ଧାନ ବୁଣା ଶୁଭାରମ୍ଭ ।

0 232

ବେଲଗୁଣ୍ଠା, ୩୦/୦୪(ପିପିଟି) : ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗୋବରା ଠାରେ ଧାନ ବୁଣା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ ନୃସିଂହନାଥ ମନ୍ଦିର ନିକଟସ୍ଥ ଜମିରେ ବଳଦ ଦ୍ୱାରା ପାରମ୍ପରିକ ରୂପେ ଚାଷ କରାଯିବା ପରେ ବରିଷ୍ଠ ଚାଷୀ ତଥା ପୂର୍ବତନ ପୋଲିସ୍ ଅଧିକାରୀ ସୁରେନ୍ଦ୍ର ଗୌଡ଼ ଅକ୍ଷି ମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ନୃସିଂହ ମନ୍ଦିର ପୂଜକ ନରହରି ଗନ୍ତାୟତ ପୂଜାପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ ସାମ୍ମୁଖ୍ୟ ସଭାପତି ଶିଶିର କାନ୍ତ ନାୟକ,ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବିଶ୍ୱାଳ, ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ, ଗୋବରା ପଂଚାୟତ ଚାଷୀ ସହଯୋଗୀ କୁନା ପରିଡା,ରାଧା ମୋହନ ମାଝୀ, ବେଣୀପଲ୍ଲୀରୁ ରବୀନ୍ଦ୍ର କୁମାର ନାୟକ, ନୂଆଁପଡ଼ାରୁ ରବୀନ୍ଦ୍ର ନାୟକ, ଟୁନା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସୁରେନ୍ଦ୍ର ପ୍ରଧାନ ଚାଷୀ ଗୀତ ଗାଇଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.