୯ ବର୍ଷର ଶିଶୁଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୁମ୍ପୀ ସଞ୍ଚିତ ଟଙ୍କା ଦାନ ।

0 108

ପାତ୍ରପୁର,( ପିପିଟି ନ୍ଯୁଜ୍)୦୪/୦୪ : ସାରା ବିଶ୍ବରେ କରୋନା ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତରେ ମଧ୍ୟ ଏହି ଭୁତାଣୁ କାୟା ବିସ୍ତାର କରିଛି ଏହି ଭୁତାଣୁ ର  ସଫଳ ମୁକାବିଲା ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ଲାଗି ବିଭିନ୍ନ ଦିଗରୁ ଆର୍ଥିକ ସହାୟତାର ସୁଅ ଛୁଟୁଛି । ଏହି କ୍ରମରେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଜଣେ ଶିଶୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରାୟ  ଦୁଇ ବର୍ଷ ଧରି ସଞ୍ଚୟ କରିଥିବା କୁମ୍ପି ଦାନ କରିଛନ୍ତି । ତେବେ ଶିଶୁ ଜଣକ ହେଉଛନ୍ତି ସୁନଖଳା ଗ୍ରାମର ମନରଞ୍ଜନ ରଣାଙ୍କ ପୁଅ  କିରଣ କୁମାର ରଣା । ସେ ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରହ୍ମପୁରରେ ପାଠ ପଢୁଥିବା  ବେଳେ ଟିଭି ରେ କରୋନା ର ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ରିଲିଫ ଦାନ କରୁଥିବା ଦେଖି ଇଚ୍ଛା କରି ଆଜି ବ୍ଲକ୍ କୁ ଯାଇ ଦାନ କରିଥିଲେ । ଦାନ କରିବା ସମୟରେ ବିଡ଼ିଓ ଅନୁପସ୍ଥିତ ଥିବାରୁ ସେକ୍ସନ ଅଧିକାରୀ ରାମଚନ୍ଦ୍ର ନାୟକ ଏବଂ ଜିପିଓ ରମାକାନ୍ତ ଚୌଧୁରୀ ଉପସ୍ଥିତ ଥିଲେ । ଛୋଟ ବାଳକ ର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବା ସହ ଅନ୍ୟଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି । ସେ କହିବା ଅନୁଯାୟୀ ସାଇକେଲ ଟିଏ କିଣିବା ପାଇଁ ପ୍ରାରମ୍ଭ ଶ୍ରେଣିରୁ ଟଙ୍କା ସଂଗ୍ରହ କରି ରଖିଥିଲେ ଆଜି ରାଜ୍ୟର ଏଭଳି ସ୍ଥିତି ଦେଖି ସହାୟତା ପାଇଁ ତାଙ୍କ ବିବେକ ତାଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି ।
ରିପୋର୍ଟ – ବଦ୍ରି ନାରାୟଣ ରଣା ।

Leave A Reply

Your email address will not be published.