୭୧ ତମ ବନ ମହୋତ୍ସବ ପାଳିତ ।

0 428

ଶେରଗଡ,୦୫/୦୭(ପିପିଟି);  ଧରାକୋଟ ସେକ୍ସନ,ଆସିକା ବନାଞ୍ଚଳ ଦକ୍ଷିଣ ଘୁମୁସୁର ବନଖଣ୍ଡ ,ଭଞ୍ଜନଗର ଦ୍ୱାରା ୭୧ ତମ ବନ ମହୋତ୍ସବ ଖିରିଡ଼ା ଠାରେ ପାଳନ  ହୋଇଯାଇଛି । ଏଥିରେ ଫରେଷ୍ଟ୍ର ଦୁର୍ଗା ମାଧବ ମିଶ୍ର ଯୋଗଦେଇ ଗଛ ଲଗାଅ ଓ ତାକୁ ଭଲପାଅ,ସେ ଦିନେ ତୁମକୁ ସୁରକ୍ଷା ଦେବ ବୋଲି କହିଥିଲେ,ସରପଞ୍ଚ ଅଜିତ କୁମାର ଜେନା ବୃକ୍ଷ ହିଁ ଜୀବନ,ପରିବେଶର ସୁରକ୍ଷା ନିମିତ୍ତ ବୃକ୍ଷ ଲଗାଇବା ଓ ତାର ଯତ୍ନ ନେବା ନିମନ୍ତେ ବାର୍ତ୍ତା ପ୍ରଦାନ କରିବା ସଙ୍ଗେ ସଙ୍ଗେ କରୋନା ମହାମାରୀରୁ କିଭଳି    ସତର୍କ ହୋଇ ଚାଲିବା ସଚେତନ କରାଇଥିଲେ ଏବଂ ଜାତୀୟ ଯୁବ ସ୍ବେଛାସେବୀ ତଥା ଟ୍ରୀ ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ପୃଥିବୀର ସୁରକ୍ଷା ନିମନ୍ତେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ଓ ତାର ଯତ୍ନ ନେବା ପାଇଁ ପ୍ରଵତ୍ତାଇ ଥିଲେ । ବାଉରୀ ସାହି,ଆମ୍ବଡା ବନ ଡି.ପି.ଏଫ ଓ ମଲ୍ଲିଝର ଡି.ପି.ଏଫ ଠାରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୧୫୦୦୦ ବୃକ୍ଷ ରୋପଣ କରାଯିବ ବୋଲି ନିଷ୍ପତ୍ତି କରାଯାଇଥିଲା । ବାବୁ ଗୌଡ଼,ଗଜେନ୍ଦ୍ର ନାୟକ,ଟୁଟୁ ବିଷୋୟୀ ଏବଂ ଫରେଷ୍ଟ ଗାର୍ଡ ଚୁମୁକି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.