୬୧ ନମ୍ବର ଜୋନରେ ବିଜେଡ଼ି ତରଫରୁ ଜୋରଦାର ପ୍ରଚାର କଲେ ବିଜେଡି ସାଂସଦ ପ୍ରମିଳା ବିଷୋୟୀ ।

0 3,036

ସାନଖେମୁଣ୍ଡି,୦୮/୦୨(ପିପିଟି): ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ୬୧ ନମ୍ବର ଜୋନର ଆଡପଡା , ଡେଙ୍ଗାଡି , କଉଡ଼ିଆ , କଙ୍କୋରଡା , ଦୟାନିଧିପୂର , ଖଲିଙ୍ଗୀ ପଞ୍ଚାୟତ ର ସମସ୍ତ ଗ୍ରାମରେ ଆଜି ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଅମିନ ପ୍ରଧାନ ଏବଂ ଦଳୀୟ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଆଜିର ଏହି ପ୍ରଚାର କାର୍ଯ୍ୟକ୍ରମ ରେ ,ମୁଖ୍ୟ ଅତିଥି ଭାବେ ପୂର୍ବତନ ସାନଖେମୁଣ୍ଡି ବିଧାୟିକା ତଥା ରାଜ୍ୟ ମହିଳା ବିଜୁ ଜନତା ଦଳ ଉପଦେଷ୍ଟା ନନ୍ଦିନୀ ଦେବୀ , ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଷୋୟୀ , ଭୁବନେଶ୍ୱର ବିଧାୟକ ତଥା ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା , ଗଞ୍ଜାମ ଜିଲ୍ଲା ମହିଳା ଜନତା ଦଳ ସଭାନେତ୍ରୀ ସଂଘମିତ୍ରା ଦଳେଇ , ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ ବ୍ଲକ ତଥା ପଞ୍ଚାୟତର ଯୁବ ଛାତ୍ର ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.