୬୧୦୦ ଲିଟର ଦେଶୀ ମଦ ଜବତ,ଚାରି ଜଣ ଗିରଫ ।

0 340

ବେଲଗୁଣ୍ଠା,(ପିପିଟି)୦୨/୦୫ ,କରୋନା ପାଇଁ ମଦ ଦୋକାନ ବନ୍ଦ ଥିବା ବେଳେ ବହୁ ଜାଗାରେ ଚୋରା ମଦ କାରବାର ବୃଦ୍ଧି ପାଇଛି ।ଫଳରେ ପୋଲିସ ଓ ପ୍ରଶାସନ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖି ଦେଶୀ ,ବିଦେଶୀ ମଦ ଜବତ କରି ଚୋରା ମଦ ବେପାରୀ ମାନଙ୍କୁ ଗିରଫ କରୁଛନ୍ତି ।ସେହିପରି ବେଳଗୁଣ୍ଠା ପୋଲିସ ଓ ଭଞ୍ଜନଗର ପ୍ରଶାସନ ମଧ୍ୟ ପୂର୍ବରୁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛନ୍ତି ।ଗତ  ରାତିରେ କୌଣସି ସୁତ୍ରରୁ ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ଙ୍କ ସମେତ ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ସୁଦୀପ୍ତ କୁମାର ସାହୁ,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ବେଲଗୁଣ୍ଠା ନିକଟସ୍ଥ ଚଢିଆପଲ୍ଲି ଦେଶି ମଦ ଭାଟିରେ ଚଢ଼ାଉ କରି ସେଠାରୁ ୬୧୦୦ ଲିଟର ଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍ ଏବଂ ଗୋଟିଏ ଟାଟା ମେଜିକ ଜବତ କରିଥିବା ଜଣାପଡିଛି ।ଭଞ୍ଜନଗର କେସ୍ ନଂ ୨୦୧/୨୦ ରେ ଏକ ମାମଲା ରୁଜୁ କରି ଗିରଫ ଚାରି ଜଣଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଫିସର ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.