୬ଟି କାଠ ଗଣ୍ଡି ଜବତ କଲା ବନ ବିଭାଗ ।

0 35

ଉଲୁଣ୍ଡା ,(ପିପିଟି)୨୯/୦୪- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ବିଟ ଅଧିନ ସୁନାପାଲି ସଂରକ୍ଷିତ ଜଙ୍ଗଲ ରୁ ଛଅଗୋଟି ମୁଣ୍ଡି ଗଛ ଗଣ୍ଡି ଜବତ କରି କୋଟସମଲାଇ ବିଟରେ ରଖିଛି ।ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଶିବ ପ୍ରସାଦ ନାୟକ ଙ୍କ ସୂଚନାନୁସାରେ ଲାକଡାଉନର ସୁଯୋଗ ନେଇ କେହି କାଠ ମାଫିଆ ଚୋରା ଚାଲାଣ ଉଦ୍ଧେଶ୍ୟରେ ଗଛ କାଟି ପକାଇଥିଲା ।କୌଣସି ସୂତ୍ରରୁ ଖବର ପାଇ ଜାଲୋଏ ବନପାଳ ପ୍ରସନ୍ନ ନାୟକ ଓ କୋଟସମଳାଇ ବନରକ୍ଷୀ ଏହାକୁ ଜବତ କରିଥିଲେ ।ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଅଭିଯୁକ୍ତ ଧରାପଡି ନ ଥିବା ଜଣାଯାଇଛି ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.