୨ ବର୍ଷରୁ ଉର୍ଦ୍ଧ୍ବ ଦିନ ହେଲା ଅଚଳ ଅବସ୍ଥାରେ ପାନୀୟ ଜଳ ପ୍ରକଳ୍ପ ।

0 1,325

ଦିଗପହଣ୍ଡି, ୨୪/୧୨(ପିପିଟି); ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଆଜକୁ ପ୍ରାୟ ୨ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । କିଛି ଲୋକ କହିଛନ୍ତି ବନ୍ଧ ଟି ଥିବା ଯୋଗୁଁ ଆମେ ବଞ୍ଚିଛୁ । ଗ୍ରାମରେ ପାଣି ପାଇପ ଯେତେବେଳେ ପଡ଼ିଲା ଆମେ ବହୁତ ଖୁସି ହେଲୁ । ହେଲେ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଆଗରୁ ଯେମିତି ହଇରାଣ ହେଉଥିଲୁ ଏବେ ବି ସେମିତି ହଇରାଣ ହେଉଛୁ । ଲୋକେ ପାଣି ପାଇଁ ଛଟପଟ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି । କେବେ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ଏବଂ ନିରୀହ ଲୋକ ମାନଙ୍କୁ ପାଣି ଟିକିଏ ମିଳିବ ତାହା ଦେଖିବାକୁ ବାକି ରହିଲା ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.