୨୫୬ କିଗ୍ରା ଗଞ୍ଜେଇ ଜବତ,୫ ଆସାମୀ ଗିରଫ ।

0 297

ମାଲକାନଗିରି,୦୨/୦୨(ପିପିଟି): ମାଥିଲି ପୋଲିସ ଗତ କାଲି ରାତିରେ ଦୁର୍ଗା ମନ୍ଦିର ନିକଟସ୍ଥ ଗୋବିନ୍ଦ ପଲ୍ଲୀ ଘାଟି ଜାତୀୟ ରାଜ ପଥ ନଂ-୩୨୬ ରେ ରାତ୍ର କାଳିନ ପେଟ୍ରୋଲିଂ କରୁଥିବା ବେଳେ କିଛି ଲୋକ କାଉଡି ସହାୟତାରେ କିଛି ସାମଗ୍ରୀ ବହନ କରି ରାସ୍ତା ଅତିକ୍ରମ କରୁଥିବା ଦୃଷ୍ଟି ଗୋଚର ହୋଇଥିଲା । ପୋଲିସର ସନ୍ଦହ ଉପୁଜିବାକୁ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିବା ବେଳେ ଗଞ୍ଜେଇ ଚାଲାଣ ଭାର ସାହାଯ୍ଯରେ ହେଉଥିବା ଜଣାପଡିଲା । ଫଳରେ ପୋଲିସ ଘଟଣା ସ୍ଥଳରୁ ୫ ଜଣ କାଉଡିଆଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୫୬ କିଗ୍ରା ଗଞ୍ଜେଇ ଜବତ କରିଥିଲା । ଯାହାର ଆନୁମାନିକ ବଜାର ମୂଲ୍ଯ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗଞ୍ଜେଇ ଚୋରା ଚାଲାଣକାରୀ ୫ ଜଣ ଅଭିଯୁକ୍ତ ମାନେ ହେଲେ ନବରଙ୍ଗପୁର ଜିଲ୍ଲା କସାଗୁମୁଡା ଥାନା ଅନ୍ତର୍ଗତ ବର ଗାଁ ଭଣ୍ଡାରୀ ସାହିର ମଦନ ମାଝି (୪୬),ଡୁରା ଗାଁର ମିଟୁ ଭତ୍ରା (୪୦),ପାନାରା ଗିଡା ଗ୍ରାମର ଗୁଣବନ୍ତ ମୂରିଆ (୪୦),ରତନ ଭତ୍ରା (୩୮),ମନ ଭତ୍ରା (୫୬)ଙ୍କୁ ଗିରଫ କରା ଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ମାଥିଲି ଥାନା କେଶ ନଂ:୩୩/୨୦୨୨ ଧାରା ୨୦(ବି)(¡¡)(ସି)/୨୭(ଏ)ଏନଡିପିଏସ ଦଫାରେ ମାମଲା ସେମାନଙ୍କ ନାମରେ ରୁଜୁ କରାଯାଇଥିବା ପୋଲିସ ପ୍ରକାଶ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.