୧୦ ବର୍ଷର ଝିଅକୁ ଦୁଷ୍କର୍ମ, ରାଜନୈତିକ ଚାପରେ ରଫାଦଫା ପାଇଁ ଉଦ୍ୟମ କରାଯାଉଛି ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ।

0 1,134

ବ୍ରହ୍ମପୁର,ତା ୨୮/୦୭(ପିପିଟି); ଶେରଗଡ ବ୍ଳକ ନରେନ୍ଦ୍ରପୁର ଗ୍ରାମରେ ଆଜି ୧୦ ବର୍ଷର ଝିଅକୁ ଦୁଷ୍କର୍ମ ହୋଇଛି । ଏହି ସମ୍ବେଦନଶୀଳ ଘଟଣା ଗ୍ରାମରେ ପ୍ରଚାର ହେଲାପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଅଭିଯୁକ୍ତଙ୍କୁ ଗୋଟିଏ କୋଠରୀରେ ବନ୍ଦ କରି ହିଞ୍ଜିଳି ଥାନାକୁ ଖବର ଦିଆଯାଇଥିଲା । ଥାନା ଅଧିକାରୀ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ କହି ଅଭିଯୁକ୍ତଙ୍କୁ ଥାନାକୁ ଧରି ଗଲେ । କିନ୍ତୁ ଅଭିଯୁକ୍ତ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶାସକଦଳର ଜଣେ ଟାଣୁଆ ଯୁବନେତା ହୋଇଥିବାରୁ କିଛି ସମୟରେ ଉପର ମହଲରୁ ପ୍ରବଳ ଚାପ ହୋଇ ରଫା ଦଫା କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି । କରୋନା ମହାମାରୀ ସମୟରେ ଏପରି ଘଟଣା ପ୍ରଘଟ ହେଲେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ମୂଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିବ, ସେଥିପାଇଁ ଗାଁରେ ବର୍ତ୍ତମାନ ହୁଇପ ଜାରି କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ମୋଟା ଅଙ୍କରେ ଫାଇନ ଆଦାୟ ହେବ କିନ୍ତୁ କେସ ହେବ ନାହିଁ । ଏହିଭଳି ସମ୍ବେଦନଶୀଳ ଘଟଣାରେ ପୋଲିସ ଓ ଆମ ବ୍ୟବସ୍ଥା ଜଣେ ୧୦ ବର୍ଷର ପୀଡିତାଙ୍କୁ ଯଦି ନ୍ୟାୟ ପ୍ରଦାନ କରି ପାରିବ ନାହିଁ ତେବେ ସାଧାରଣ ଲୋକଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିଯିବ । ପୀଡିତାଙ୍କ ପରିବାର ପ୍ରତି ଅନ୍ୟାୟ ହେବ । ଏଭଳି ସ୍ବର୍ଷକାତର ଘଟାଣାକୁ ହାଲୁକା ଭାବେ ନନେଇ ତୁରନ୍ତ ଅଭିଯୁକ୍ତ ଏବଂ ରାଜନୈତିକ ଚାପ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରିବା ଏବଂ ପୀଡିତାଙ୍କ ପରିବାର କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ମାନ୍ୟବର ରାଜ୍ୟପାଳ, ମୂଖ୍ୟମନ୍ତ୍ରୀ, ଡିଜିପି ପୋଲିସ, ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ଆରଖି ଅଧୀକ୍ଷକଙ୍କୁ ଟୁଇଟ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.