ମାଲକାନଗିରି, ତା:୨୫/୦୯(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସ ଏକ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ରୋକିବାରେ ମିଳିଛି ବଡ ସଫଳତା। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ଓର୍କେଲ ପୋଲିସ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରକାଶ କରିଥିଲେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତରୁ ଓର୍କେଲ ଏସ.ଆଇ କେ.ସାହାଙ୍କ ନେତୃତ୍ବରେ ଏକ ପୋଲିସ ଦଳ ବାଲିମେଳା ରାସ୍ତାରେ ଗାଡି ତନଖି କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବଲେରୋ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ । ସେହି ବଲେରୋ ପିକଅପ ଭ୍ୟାନରେ ୫୦ ପ୍ୟାକେଟ ଗଞ୍ଜେଇ ରହିଥିବା ଜଣାପଡିଥିଲା। ଗାଡିରେ ବସିଥିବା ଦୁଇ ଜଣ ଅଭିଯୁକ୍ତ ବ୍ୟକ୍ତିଙ୍କ ପୋଲିସ ଗିରଫ କରିଥିଲା। ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ଉତ୍ତର ପ୍ରଦେଶର ଆହ୍ଲାବାଦକୁ ଯାଉଥିବା ଦୁଇ ଅଭିଯୁକ୍ତ ପ୍ରକାଶ କରିଥିଲେ। ଗିରଫ ହୋଇଥିବା ଗଞ୍ଜେଇ ମାଫିଆମାନେ ହେଲେ ଉତ୍ତର ପ୍ରଦେଶର ପ୍ରୟାଗ ଅଂଚଳର ଧଞ୍ଜେୟା ଗ୍ରାମର ମୁକେଶ କୁମାର(୨୭) ଏବଂ ମାଲକାନଗିକରି ଜିଲ୍ଲା ସ୍ଥିତ ବାଲିମେଳା ଦୈନିକ ବଜାରର ଅସିମ ମଲ୍ଲିକ(୩୨)। ସେମାନଙ୍କ ଠାରୁ ଗୋଟିଏ କି ପେଡ, ୨ଟି ମୋବାଇଲ ଫୋନ, ଗୋଟେ ବଲେରୋ ପିକ୍ ଅପ୍ (ନଂ:ୟୁପି୭୦ଜେଟି୮୬୪) ଜବତ କରାଯାଇଛି । ସେ ଦୁଇ ଅଭି ଯୁକ୍ତଙ୍କ ନାମରେ ଓର୍କେଲ ଥାନା କେଶ ନଂ:୧୭୭/୨୦୨୧ ୟୁ/ଏସ୍ ୨୦(ବି),(ସି)ଏନ ଡି.ପି.ଏସ ଆଇନ ଅନୁସାରେ ମାମଲା ରୁଜୁ କରାଯଇ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାହେବ ବୋଲି ପୋଲିସ ପ୍ରକାଶ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post