ହୋମ୍ ଆଇସୋଲେସନ୍ ରେ ରହିଥିବା ବ୍ୟକ୍ତି ସତର୍କ ରୁହନ୍ତୁ, ଘରେ ହିଁ ଏକାନ୍ତ ରୁହନ୍ତୁ ।

0 635

ଛତ୍ରପୁର ,ତା-୧୯/୦୭(ପିପିଟି); ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସାମାନ୍ୟ କରୋନା ଲକ୍ଷଣଜନିତ ବ୍ୟକ୍ତି ବିଶେଷଙ୍କୁ ନିଜ ଗୃହରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି , ଯଦ୍ବାରା କରୋନା ସଂକ୍ରମଣକୁ ରୋକାଯାଇପାରିବ କିନ୍ତୁ କେତେକ ବ୍ୟକ୍ତି ବିଶେଷ କରୋନା ଜନୀତ ନିୟମକୁ  ଉଲଂଘନ କରୁଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି । ସେମାନେ ନିୟମର ଉଲଂଘନ କରି ବାହାରେ ବୁଲୁଥିବା ଦ୍ବାରା ଅନ୍ୟ ବ୍ୟକ୍ତି ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି ବ୍ୟକ୍ତି ବିଶେଷଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ସେମାନଙ୍କ ପ୍ରତି Epidemic Act-1897 ପ୍ରକାରେ Section 188 of the IPC ଏବଂ ଜରୁରୀ କାଳୀନ ପରିଚାଳନା ନିୟମ- ୨୦୦୫ ପ୍ରକାରେ ସେମାନଙ୍କ ବିପକ୍ଷରେ ଏତଲା ଦାୟର କରାଯିବ ଓ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ତୁରନ୍ତ ସ୍ଥାନାନ୍ତର କରାଯାଉ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଶିଶୁ ବିକାଶ ଯୋଜନା ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି  ।

Leave A Reply

Your email address will not be published.