ହିଞ୍ଜିଳି ପୌରାଞ୍ଚଳରେ ଆରମ୍ଭ ହେଲା ଜେନେରିକ୍ ଆଧାର ସେବା କେନ୍ଦ୍ର ।

0 508

ହିଞ୍ଜିଳିକାଟୁ, ୧୪/୧୨(ପିପିଟି): ଭାରତର ଅଗ୍ରଣୀ ଫାର୍ମା କମ୍ପାନୀ ଜେନେରିକ୍ ଆଧାର ହିଞ୍ଜିଳି ପୌରାଞ୍ଚଳରେ ତାର ସେବା ଆରମ୍ଭ କରିଛି । ଏହି ଜେନେରିକ ଆଧାର ଜନ ଔଷଧି କେନ୍ଦ୍ର ଏହି ଅଞ୍ଚଳର ପୁରୁଣା ଜଣାଶୁଣା ମେଡ଼ିକାଲ ଷ୍ଟୋର ଦୁର୍ଗା ମେଡ଼ିକାଲ ଷ୍ଟୋର ଦ୍ୱାରା ଆରମ୍ଭ କରାଯାଇଛି । ଜନସାଧାରଣଙ୍କୁ ତଥା ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ଖୁବ କମ ଦରରେ ଔଷଧ ଯୋଗାଇଦେବା ଜେନେରିକ ଆଧାର କେନ୍ଦ୍ରର ଲକ୍ଷ , ଯାହା ବର୍ତମାନ ହିଂଜିଳିକାଟୁ ଦୁର୍ଗା ମେଡିକାଲ ଷ୍ଟୋର ଠାରେ ଉପଲବ୍ଧ । ସୋମବାର ଦିନ ସକାଳ ୧୧ ଘଣ୍ଟ ସମୟରେ ଭି ସି ମାଧ୍ୟମରେ ଜେନେରିକ୍ ଆଧାର ସିଇଓ ଅର୍ଜୁନ ଦେଶ ପାଣ୍ଡେ ରିବନ କାଟି ଉଦଘାଟନ କରିଥିବା ବେଳେ ହିଞ୍ଜିଳିକାଟୁ ଦୁର୍ଗା ମେଡିକାଲ ଷ୍ଟୋର ରେ ସରକାରୀ ବୃନ୍ଦାବନ ବିଦ୍ୟାପୀଠର ଅବସର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଦୁର୍ଗା ମେଡିକାଲ ଷ୍ଟୋରର ପ୍ରତିଷ୍ଠାତା ପ୍ରଭାକର ପଟ୍ଟନାୟକ ରିବନ କାଟିବା ସହ ନୂତନ ଜେନେରିକ ଆଧାର ଷ୍ଟୋରରେ ପ୍ରଦୀପ ପ୍ରଜ୍ବଳନ ସହ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସାରଳା ମାଷ୍ଟର ଫ୍ରାଞ୍ଚାଇଜ ବ୍ରହ୍ମପୁରର ମୁଖ୍ୟ ଦେବରାଜ ଚୌଧୁରୀ,ସତୀଶ କୁମାର ସାହୁ, ଚନ୍ଦନ କୁମାର ସାହୁ, ଚନ୍ଦନ ଜାନି, କଞ୍ଚୁରୁ କାଞ୍ଚନ ମେଡିକାଲ ଷ୍ଟୋର ଜେନେରିକ ଆଧାର କେନ୍ଦ୍ରର ବିଜୟ କୁମାର ସାହୁ ,ହିଂଜିଳି ଦୁର୍ଗା ମେଡିକାଲ ଷ୍ଟୋରର ମୁଖ୍ୟ ଅଜିତ କୁମାର ପଟ୍ଟନାୟକ,ସୁଜିତ କୁମାର ପଟ୍ଟନାୟକ,ଫାର୍ମାସିଷ୍ଟ ଆୟୁସି ସାହୁ,ପ୍ରମୁଖ ସହଯୋଗୀ ତଥା ଷ୍ଟୋର ଷ୍ଟାଫ ପ୍ରଶାନ୍ତ କୁମାର ମହାରଣା, କିଷାନ ମୁନୀ,ବରିଷ୍ଠ ବ୍ୟକ୍ତି ବିଶେଷ,ବହୁ ସାମ୍ବାଦିକ ବନ୍ଧୁ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସହ ଯୋଗ କରିଥିଲେ ।
( ରିପୋର୍ଟ୍ – ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.