ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନଆମ୍ବଗାଁର ପୋଖରୀରେ ବୁଡି ଶିଶୁ କନ୍ୟା ମୃତ ।

0 203

ହିଞ୍ଜିଳିକାଟୁ,ତା-୩୦/୦୭(ପିପିଟି) ;  ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନଆମ୍ବଗାଁରେ ଗୁରୁବାର ପୂର୍ବାହ୍ନରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଉକ୍ତ ଗ୍ରାମର ତେଲି ବନ୍ଧରୁ ଏକ ଶିଶୁ କନ୍ୟାର ମୃତ ଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ମୃତକ ଶିଶୁ କନ୍ୟାଟି ହେଲେ ସଂପୃକ୍ତ ଗ୍ରାମର ଏ. ନିରଞ୍ଜନ ଆଚାରୀଙ୍କ କନ୍ୟା ଏ. ସାଇଶ୍ରୀ । ସୂଚନା ମୁତାବକ ଗୁରୁବାର ଅପରାହ୍ନ ସମୟରେ ମୃତକ ସାଇଶ୍ରୀ ଗାଧୋଇବା ପାଇଁ ନିକଟସ୍ଥ ତେଲି ବନ୍ଧକୁ ଯାଇଥିଲେ । ବହୁ ସମୟ ପରେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ ।ଝିଅକୁ ନପାଇ ଦିନ ତମାମ ଘର ଲୋକେ ଗ୍ରାମର ଏକୋଣରୁ ସେ କୋଣ ଖୋଜୁଥିଲେ । ସାହିର ଜଣେ ଲୋକ ପୋଖରୀରେ ନାବାଳିକାଙ୍କ ମୃତଦେହ ଭାସୁଥିବାର ଦେଖି ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ନାବାଳିକାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ନାବାଳିକାଙ୍କ ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେଶନଂ-୧୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ରିପୋର୍ଟ – ପ୍ରଭୂଦତ୍ତ ପାତ୍ର 

Leave A Reply

Your email address will not be published.