ହିଞ୍ଜିଳିକାଟୁ,୨୬/୧୨(ପିପିଟି): ଆଜି ୨୪ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଇଛି । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ହିଞ୍ଜିଳି ବ୍ଳକ ଓ ପୌରପରିଷଦର, ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ଦଳର ନେତାମାନଙ୍କ ନେତୃତ୍ବରେ ହିଞ୍ଜିଳି ଠାରେ ଏକ ପଦଯାତ୍ରା ରାଲି ହୋଇଯାଇଛି ।ହିଞ୍ଜିଳି ବ୍ଳକ ଅଂଚଳର ବରିଷ୍ଠ ନେତୃବୃନ୍ଦ , ସରପଞ୍ଚ ଓ ସମିତସଭ୍ୟ ,ହିଞ୍ଜିଳି ନଗରର ପୁର୍ବତନ ନଗର ପାଳ,ଉପନଗରପାଳ ଓ ଓ୍ବାର୍ଡ ମେମ୍ବର ସହ ବହୁ ଦଳୀୟ କର୍ମୀ ମାନେ ପଦଯାତ୍ରାରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଆସି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ମଧ୍ୟରେ ଥିବା ବିଜୁ ପ୍ରତିମା ଉପରେ ପୂଷ୍ପ ମାଲ୍ୟ ଅର୍ପଣ କରିଥିଲେ। ବହୁତ ଆନନ୍ଦର ମାହୋଲ ଥିବା ବେଳେ କିଛି ଦଳୀୟ କର୍ମୀ ବିଜୁବାବୁଙ୍କ ନୁତନ ପ୍ରତିମାର ଉନ୍ମୋଚିତ ନ ହେବା ସହ ପୁଷ୍ପମାଲ୍ୟ ନହେବା ନେଇ ମନରେ କଷ୍ଟ ଅନୁଭବ କରିବା କିଛି ବିଜୁବାବୁଙ୍କ ପ୍ରେମୀଙ୍କୁ ଦେଖିବା ମିଳିଥିବା ଜଣାପଡିଛି । ଏହି ପ୍ରତିଷ୍ଠା ଦିବସରେ ବହୁ ସଂଖ୍ୟକ ମହିଳା କର୍ମୀ ମାନେ ଯୋଗ ଦେଇଥିବା ବେଳେ ପୁର୍ବତନ ଏମ ଏଲ ଏ ହରିହର ସାହୁ , ଏନ୍ ରଘୁନାଥ ପବିତ୍ର ମୋହନ ପାଣିଗ୍ରାହି ,ନିଳମଣୀ ପଟ୍ଟନାୟକ, ସମାଜସେବୀ କିରଣ ପଟ୍ଟନାୟକ, ଶିବରାମ ଗୌଡ଼, ଭୀମସେନ ବେହେରା ପ୍ରମୁଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
( ରିପୋର୍ଟ- ସାନ୍ତନୁ କୁମାର ବେହେରା ।)
Next Post