ହିଞ୍ଜିଳିକାଟୁର ବିଭିନ୍ନ ପଞ୍ଚାୟତରୁ ୪୨ ଜଣଙ୍କ ଏଣ୍ଟିଜେନ ଟେଷ୍ଟଟିଂ ।

0 256

ହିଞ୍ଜିଳିକାଟୁ,ତା-୨୯/୦୭(ପିପିଟି) ; ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ବ୍ଳକରେ ବିଭିନ୍ନ ପଞ୍ଚାୟତ ସ୍ତରରେ ବୁଧୁବାର ଏଣ୍ଟିଜେନ ପରୀକ୍ଷା ହୋଇଛି । କରାଜିସଂକ୍ରମଣ ଗତ କିଛି ଦିନ ଧରି ଅହେତୁକ ବୃଦ୍ଧି ପାଇଛି।ଗତ ୨୮ତାରିଖ ସୂଚନା ଅନୁଯାୟୀ ଜିଲ୍ଲାରେ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତନ୍ମଧ୍ୟରେ ସ୍ଥାନୀୟ ହିଞ୍ଜିଳି ବ୍ଲକରେ ୨ ଜଣ କୋଭିଡ ଯୋଦ୍ଧା ଏବଂ ୨୨ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ବର୍ତ୍ତମାନ ସହରରେ ପରିସ୍ଥିତି ସୁଧାର ଥିଲା ବେଳେ ଗ୍ରାମାଞ୍ଚଳ ଗୁଡିକରେ କରୋନା ସଂକ୍ରମିତ ଥିବା ଜାଣାଯାଇଛି । ପ୍ରଶାସନ ତରଫରୁ ଥର୍ମାଲ ସ୍କ୍ରିନିଙ୍ଗ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଗ୍ରାମରେ ପ୍ରତି ଲୋକେ ଅମଙ୍ଗ ହେଉଥିବା ଜଣାପଡିଛି। ତେଣୁ ଲୋକଙ୍କ ଜୀବନ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇ ପ୍ରଶାସନ ଏବେ ଏଣ୍ଟିଜେନ ପରୀକ୍ଷା କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇଛି।ଏହି କ୍ରମରେ ବୁଧବାର ରାଳବ ପଞ୍ଚାୟତରେ କୋଭିଡ କେୟାର ହୋମ ପରିସରରେ ୱାର୍ଡ ସ୍ତରରେ ଏଣ୍ଟିଜେନ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ପଞ୍ଚାୟତରେ ପ୍ରଥମ ଦିନରେ ରାଳବରୁ ୨୨ ଜଣ ଏବଂ ଶିକିରି, ପୁଟିଆ ପଦର ଗ୍ରାମରୁ ୨୦ ଜଣଙ୍କ ଠାରୁ ଏଣ୍ଟିଜେନ ପରୀକ୍ଷା କରାଯାଇଛି।ଏହି ପରୀକ୍ଷା ସମୟରେ ବ୍ଳକ ଓଏସଡ଼ି ଜଗୁ ପୂଜାରୀ, ଜିପିଓ, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ,ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ, ମହିଳା ସ୍ୱାସ୍ଥ୍ୟ କର୍ମୀ, ପିଇଓ ,ସରପଞ୍ଚ ,ଆଶା କର୍ମୀ, ଅଙ୍ଗନବାଡି କର୍ମୀ,କୋଭିଡ ମନିଟର ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.