ହିଞ୍ଜିଳିକାଟୁରେ ନିର୍ମିତ କ୍ଷୁଦ୍ର ଚଳଚିତ୍ର ଅଭିଳାଷ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ।

0 355

ହିଞ୍ଜିଳିକାଟୁ,ତା-୩୦/୦୭(ପିପିଟି) ;  କୋରୋନା ସଂକ୍ରମଣ ବେଳେ ଲକଡାଉନ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଚଳଚିତ୍ର ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନ୍ୟୁ ନର୍ମାଲ ଇଣ୍ଟରନସନାଲ ଫିଲ୍ମ ଚାଲେଞ୍ଜ ୨୦୨୦ ଫେଷ୍ଟିବଲ ଗୁଜୁରାଟର ସୁରତ ଠାରେ ଆୟୋଜନ ହୋଇଥିଲା। ଏହି ଫେଷ୍ଟିଭାଲର ଆୟୋଜକ ସୁଭମପୁର୍ବଙ୍କ ତତ୍ୱାବଧାନ ରେ ନ୍ୟୁ ନର୍ମାଲ ଇଣ୍ଟରନସନାଲ ଫିଲ୍ମ ଚାଲେଞ୍ଜ ୨୦୨୦ ଫେଷ୍ଟିବଲର ଆୟୋଜନ ହୋଇଥିଲା । ଏହି ଫେଷ୍ଟିଭାଲରେ ବିଶ୍ଵ ର ୨୦ରୁ ଉର୍ଦ୍ଧ୍ବ ଦେଶ ଅଂଶ ଗ୍ରହଣ କରିଥିଲେ । ପ୍ରାୟ ୧୩୫ଟି ଫିଲ୍ମ୍ ରୁ ୫୦ ଫିଲ୍ମ୍ ଅଫିସିଆଲ୍ ମୋନୋନିତ କରାଯାଇଥିଲା । ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶକୁ ପଛରେ ପକାଇ ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚିତ୍ର “ଅଭିଳାଷ” ଶ୍ରେଷ୍ଠ ୬ତମ ସ୍ଥାନରେ ବିଜୟୀ ଭାବରେ ପୁରସ୍କୃତ ହୋଇଛି । ଉଲେଖନୀୟ କଥା ଟି ହେଲା ଏହି ଚଳଚିତ୍ରଟି ହିଞ୍ଜିଳିକାଟୁ ଓ ତାହାର ଆଖ ପାଖ ଅଞ୍ଚଳରେ ନିର୍ମାଣ କରାଯାଇଛି । ହିଞ୍ଜିଳିକାଟୁ କଳା ଓ ନୃତ୍ୟ ଗବେଷଣା କେନ୍ଦ୍ର ନୃତ୍ୟମର ମୁଖ୍ୟ ସଂଚାଳକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ବରିଷ୍ଠ ନିର୍ଦ୍ଦେଶନା ଓ ବହୁଦିନ ର ପରିଶ୍ରମ ର ଫଳ ସ୍ୱରୂପ ହିଞ୍ଜିଳିକାଟୁ ର ଏକ ନୂତନ ପରିଚୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହୋଇଛି। ନୃତ୍ୟମ ଅନୁଷ୍ଠାନ ର ଛାତ୍ର ଟି. ଶିବାଜୀ ଦାସ ଙ୍କ ନିଖୁଣ ଅଭିନୟ ଓ ଚଳଚିତ୍ର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ ,
କ୍ୟାମେରାମେନ – ଟି ଶ୍ରୀନିବାସ ଦାସ ଓ ଗୋପାଳ ମହାନ୍ତି “ଚଳଚିତ୍ର କଥାକାର”- ସୁମନ ଦାସଙ୍କ ବହୁଦିନ ର ପରିଶ୍ରମ ର ଫଳ ସ୍ୱରୂପ ଆଜି ଛୋଟ ଏକ ସହର ର କଳା କ୍ଷେତ୍ରରେ ପରିଚୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ହୋଇପାରିଛି । ରବୀ ସାହୁ , ପ୍ରଭାତ୍ ମହାରଣା, ସୋମନାଥ ବେହେରା ଚଳଚିତ୍ର ର
ବିଭିନ୍ନ ବିଭାଗ କୁ ସମ୍ଭାଳି ଥିଲେ ।ଚିମନ ସାହୁ, କେଶବ ମହାରଣା,ହରି ଚୋହାନ ପ୍ରମୁଖ ଚଳଚିତ୍ର ର ନିର୍ମାଣ ରେ ବହୁ ସହୋଯୋଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ସିଆଇଏଫଏଫ ଫିଲ୍ମ ଫେଷ୍ଟିବଲ, ଇଣ୍ଡିଆନ ଗ୍ଲୋବାଲ ଫିଲ୍ମ ଫେଷ୍ଟିବଲ, କୋଲକାତା ଅନଲାଇନ ଇଣ୍ଟରନେସନଲ ଫିଲ୍ମ ଫେଷ୍ଟିବଲ , କୋଲକାତା ଇଣ୍ଟରନେସନଲ ଫିଲ୍ମ ଫେଷ୍ଟିବଲ, ନୋୱାର୍ଡ ଇଣ୍ଟରନେସନଲ ଫିଲ୍ମ ଫେଷ୍ଟିବଲରେ ମଧ୍ୟ ମୋନୋନୀତ ହୋଇଛି । ଚଳଚିତ୍ର ର ନିର୍ଦ୍ଦେଶକ ଗୁରୁ କୃଷ୍ଣ ଚନ୍ଦ୍ର ସାହୁ ସଫଳତା ର ଶ୍ରୟ ତାଙ୍କର ଗୁରୁ ଜୟନ୍ତ ଆଚାରୟ ଓ ଗୁରୁ ଦିଲ୍ଲୀପ ପାଣି , ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଓଡ଼ିଶାକୁ ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ର କ୍ଷୁଦ୍ର ଚଳଚିତ୍ର ଆଜି ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ତେଣୁ ଏହି ଅଞ୍ଚଳର ବୁଦ୍ଧିଜୀବୀ, ଅଞ୍ଚଳବାସୀ “ଅଭିଳାଷ” ଚଳଚିତ୍ରକୁ ନେଇ ଗର୍ବ ଅନୁଭବ କରିବା ସହିତ ଅନେକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.