ହିଞ୍ଜଳିକାଟୁ ପୌର ପରିଷଦ ଅତ୍ଯାବଶ୍ଯକ ସାମଗ୍ରୀ ଘରେ ଘରେ ପହଞ୍ଚାଇବା ବ୍ଯବସ୍ଥା କରିବ ।

0 99

ହିଞ୍ଜଳିକାଟୁ,(ପିପିଟି ନ୍ଯୁଜ୍)୨୪/୩- ପୋୖର ପ୍ରଶାସନର ସୁନ୍ଦର ପଦକ୍ଷେପ ଅତ୍ୟାବଶ୍ୟକ ସାମଗ୍ରୀ ହୋମ ଡେଲିଭରି ସୁବିଧା । ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ରାଜ୍ୟ ସରକାର ଘୋଷଣା କ୍ରମେ ପ୍ରତି ଜିଲ୍ଲାରେ ପରିସ୍ଥିତି ମୁକାବିଲା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଦାଇତ୍ୱ ଦିଆଯାଇଛି ।ଗତ କାଲି ସମସ୍ତେ ଲକ ଡାଉନ କୁ ସମ୍ମାନ ଦେଇ ସମର୍ଥନ କରିଥିବା ବେଳେ ସୋମବାର ଏହା ପୁନରାବୃତ୍ତି ଘଟିନଥିଲା ।ଅଧିକାଂଶ ଜନ ସାଧାରଣ ବିନା ଆବଶ୍ୟକତାରେ ରାସ୍ତା ଘାଟରେ ବୁଲା ବୁଲି କରୁଥିବା ନଜରକୁ ଆସିଥିଲା ।ଏହାକୁ ରୋକିବା ପାଇଁ ଓ କଡାକଡି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ସମସ୍ତ ଉଚ୍ଚ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ହିଞିଳିକାଟୁ ପୋୖର ପରିଷଦ କାଲି ସକାଳେ ମଙ୍ଗଳବାର ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯଥା କିରାଣୀ,ପନିପରିବା ଓ ଫଳ ଦୋକାନ ସକାଳ ୭ଟା ଠାରୁ ୨ଟା ପଯ୍ୟନ୍ତ ଖୋଲା ରହିବ ।ଏହା ପରେ ସମ୍ପୂର୍ଣ୍ଣ ବନ୍ଦ ରହିବ ।ଔଷଧ ଦୋକାନ ଦିନ ସାରା ଖୋଲା ରହିବ ।ଦୁଇ ଚକିଆ ଯାନ ବାହନ ସମ୍ପୂର୍ଣ୍ଣ ରୂପେ ଚଳାଚଳ ବନ୍ଦ ରହିବ।ଜରୁରୀ ନଥିଲେ କେହି ଘର ବାହାରକୁ ବହାରିବେନାହିଁ ।ଦରକାର ବେଳେ ପୋୖର ପରିଷଦ ପକ୍ଷରୁ ଏକ ନୂତନ ପ୍ରୟାସ ଜାରି ରହିଛି ।ସମସ୍ତ ଖାଉଟି ମାନେ ଘର ବାହାରକୁ ନଯାଇ ମଧ୍ୟ ଘର ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା କିରାଣୀ,ଔଷଧ ଏବଂ ପନିପରିବା ମୋବିଲେ ମାଧ୍ୟମରେ ଯୋଗାଯୋଗ କରି ଘରେ ପହଞ୍ଚିବା ସୁବିଧା ପାଇପାରିବେ ।

Leave A Reply

Your email address will not be published.