ହିଞିଳିକାଟୁ ପୌର ପରିଷଦ ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ।

0 808

ହିଞ୍ଜିଳିକାଟୁ,ତା-୨୮/୦୬(ପିପିଟି); ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ହିଞିଳିକାଟୁ ପୋୖର ପରିଷଦକୁ କଣ୍ଟେନମେଣ୍ଟ ଯୋନ୍ ଭାବେ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେହିଭିତରୁ ହିଞିଳିକାଟୁ ସହରରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେପରି ସହରରେ ଜନ ଗହଳି ଦେଖାଯାଉଛି ସାମାଜିକ ଦୂରତାକୁ ରକ୍ଷା ନକରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବିଭିନ୍ନ ଦୋକାନ ରେ ଭିଡ ହୋଇ କିଣୁଛନ୍ତି ।ଏମାନଙ୍କ ମଧ୍ୟରେ କାହା ପାଖରେ କରୋନା ସଂକ୍ରମଣ ଭୁତାଣୁ ଅଛି କିଏଅବା ଜାଣିଛି ।ପନିପରିବା ବଜାର ଲଷ୍ମୀ ବଜାର ସୋମବାର ଠାରୁ ଶୁକ୍ରବାର ଯେଉଁ  ଗହଳି ଲାଗି ରହୁଛି  ପ୍ରଶାସନର ବହୁ ସଚେତନତା କଲେ ମଧ୍ୟ ଜନ ସାଧାରଣରେ ମାନୁନଥିବା ଜଣାପଡିଛି  । ସ୍ଥାନୀୟ ପୋୖରାଞ୍ଚଳ ସମେତ ନିକଟବର୍ତ୍ତୀ ଅଂଚଳର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀ ମାନେ ନିଜ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସ୍ଥାନୀୟ ଲକ୍ଷ୍ମୀ ବଜାର ଓ ପରିବା ବଜାର ମଧ୍ୟରେ ଅସମ୍ଭାଳ ଭିଡ଼ ଲାଗି ରହୁଛି  ।  ଏହି ଗହଳିରେ ଲୋକମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖାଯାଇଥିଲା। ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ । ହିଞ୍ଜିଳିକାଟୁ  ସହରର କିଛି ବ୍ୟବସାୟିଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ପୋଜିଟିଭ ଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଶନିବାର ୫୮ ଜଣ ,ରବିବାର ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣ ହିଞ୍ଜିଳି ପୋୖରାଞ୍ଚଳର ବୋଲି ଗଞ୍ଜାମ ଜିଲ୍ଲାପାଳା ଟ୍ୱିଟ୍ କରି ଜଣାଇଛନ୍ତି । ସ୍ଥାନୀୟ ପାନ ଦୋକାନୀ, ପରିବା ବଜାର ଓ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିଛି । ଆଜି  ସ୍ଥାନୀୟ ପୌରାଂଚଳର ବ୍ଳକ ଛକ ଠାରୁ ବଇଁଚବଣିଆ ଛକ ଏବଂ ତରାତାରିଣୀ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ଉକ୍ତ ସ୍ଥାନ ଗୁଡିକକୁ ବ୍ୟାରିକେଡ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଔଷଧ ଦୋକାନ ବ୍ୟତିତ ଅନ୍ୟ କୌଣସି ସାମଗ୍ରୀର ଦୋକାନ ବଜାର ଖୋଲା ରହିବ ନାହିଁ । ଗଳିକନ୍ଦି ଓ ସାହି ଗୁଡ଼ିକରେ ଭ୍ରାମ୍ୟମାଣ ଗାଡିରେ ସାମାଜିକ ଦୂରତ୍ୱ ରକ୍ଷା କରି ଗ୍ରୋସେରୀ ଓ ପରିବା ବିକ୍ରି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ଯାଆବଶ୍ୟକ ସାମଗ୍ରୀ ଭ୍ରାମ୍ୟମାଣ ଗାଡ଼ିରେ ବିକ୍ରି ନିମନ୍ତେ ସ୍ଥାନୀୟ ମୁନିସିପାଲଟି ରେ  ପଞ୍ଜିକୃତ କରିବାକୁ ପଡିବ ।ଟୋଲଫ୍ରୀ ନଂ ହେଲା୧୦୦୧୨୩୦୦୯୫୬୭ କିମ୍ବା ୦୬୮୧୧୨୮୦୦୨୫ ଆଜି ଠାରୁ ପଞ୍ଜିକୃତ  ଆରମ୍ଭ ହୋଇଛି ।
ରିପୋର୍ଟ – ପ୍ରଭୂଦତ୍ତ ପାତ୍ର

Leave A Reply

Your email address will not be published.