ସୁବର୍ଣ୍ଣପୁର,୧୨/୧୨(ପିପିଟି): ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର/ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ଐତିହାସିକ ପୀଠ ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି । ସଂଗଠନର ସଭାପତି ଶ୍ରୀ ଲଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶ କ୍ରମେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସପ୍ତାହିକ ସଫେଇ ଅଭିଯାନ ବରିଷ୍ଟ ସଭ୍ୟ ଗରିବ ଭୋଇ ଓ ଅଶୋକ ହୋତାଙ୍କ ତତ୍ୱାବଧାନ ଓ ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତଙ୍କ ନେତୃତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଅଭିମନ୍ୟୁ କୁଶଳ, ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ ସାହୁ,ଲଡ଼ୁ କିଶୋର ମଲ୍ଲିକ, ସିମାଞ୍ଚଳ ହୋତା, ତରଣୀ ମେହେର, ପ୍ରଫୁଲ୍ଲ ନାଏକ, ଗୋପାଳ ମେହେର, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ,, କ୍ରିଷ୍ଣା ମେହେର, ପ୍ରମୁଖ ସମସ୍ତ ସକ୍ରିୟ ସଭ୍ୟ ଯୋଗ ଦେଇ ସଫେଇ କରିଥିଲେ । ସୁବର୍ଣ୍ଣପୁର ର ଏହି ଐତିହାସିକ ପୀଠ ଓ ପର୍ଯ୍ୟଟନ କ୍ଷେତ୍ରରେ ନୁଆଁ ବର୍ଷ ଡିସେମ୍ବର ଓ ଜାନୁଆରୀ ମାସ ରେ ଶ୍ରୀ ଲୋକନାଥ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର, ଶ୍ରୀ ସୁବର୍ଣ୍ଣ ମେରୁ ମନ୍ଦିର, ମା ସୁରେଶ୍ୱରୀ,ମାଁ ଲଙ୍କେଶ୍ୱରୀ ମନ୍ଦିରର ଆଖ ପାଖ ଅଞ୍ଚଳରେ ବଣଭୋଜି ପାଇଁ ଭିଡ଼ ଜମୁଥିବାରୁ ସ୍ୱଚ୍ଛ ଭାରତ ସଂଗଠନ ଓ ସ୍ଥାନୀୟ ପୌର ପରିଷଦର ମିଳିତ ସହଯୋଗରେ ଏହି ସଫେଇ ଅଭିଯାନ ଆରମ୍ଭ କରାଯାଇଛି ।ଏହା ଏକ ସପ୍ତାହ ବ୍ୟାପୀ ସହର ର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସଫେଇ ଅଭିଯାନ ଜାରିରହିବ ବୋଲି ସଂଗଠନ ସଭାପତି ଲଷ୍ମୀନାରାୟଣ ମେହେର, ଉପଦେଷ୍ଟା ସୟଦ ଅଲିମୁଲ ଇସଲାମ ପ୍ରକାଶ କରିଛନ୍ତି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)