ସ୍ୱଇଚ୍ଛାରେ ସେବା କରିବା ମାନବ ଜାତିର ଧର୍ମ ।

0 191

ପଦ୍ମପୁର,(ପିପିଟି ନ୍ଯୁଜ୍)୦୫/୦୬,  ସ୍ୱଇଚ୍ଛାକୁ ଜାଗ୍ରତ କରି ପ୍ରତ୍ୟକ ମଣିଷ ଆଗଭର ହୋଇ ଏଇ ଦୁର୍ଦ୍ଦିନ ସମୟରେ ଆଗେଇ ଆସିବା ଉଚିତ । ଏଇ ପରିପ୍ରେକ୍ଷୀରେ  କରୋନା ସଂକ୍ରମଣରୁ ସାମାଜିକ ବ୍ୟବଧାନ ସହ ସଦାସର୍ବଦା ମୁହଁ ରେ ମାସ୍କ  ପରିଧାନ ଓ ବାରମ୍ବାର ସାବୁନରେ ହାତ ଧୋଇବାକୁ ଜନସାଧାରଣଙ୍କୁ ପଦ୍ମପୁର ଥାନା ଏବଂ ବୁଡେନ ଥାନାର ସମସ୍ତ କର୍ମଚାରୀ ମାନେ ଅନୁରୋଧ କରିଛନ୍ତି । ବୁଡେନ ଥାନା ମଧ୍ୟରେ ଯାଉଥିବା ଜମରତଲା ଗ୍ରାମକୁ ପଦ୍ମପୁର ଏସ.ଡି.ପି.ଓ ପ୍ରଦୀପ ସାହୁ, ବୁଡେନ ଥାନାର ଆଇ.ଆଇ.ସି ବୀରବର ଭଗତ,ପଦ୍ମପୁର ଆଇ.ଆଇ.ସି ମାନସ ପ୍ରଧାନ ଏବଂ ପଦ୍ମପୁର ମାରଚେଣ୍ଟ ଆସୋସିଏସନର ସଭାପତି ପ୍ରତାପ ମିଶ୍ର,ନନ୍ଦ କିଶୋର ଅଗ୍ରୱାଲ ପ୍ରମୁଖ ମିଳିତ ଭାବେ ଯାଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ମାସ୍କ  ବଣ୍ଟନ ଓ ମାଗଣାରେ ସାବୁନ ବଣ୍ଟନ କରିଥିଲେ । ଏଥିରେ ସମସ୍ତ ପୋଲିସ କର୍ମଚାରୀ ସହଯୋଗ ପ୍ରଦାନ କରିଥିବା ଜଣାପଡିଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.